ଭୁବନେଶ୍ୱର : ସାମ୍ବାଦିକଙ୍କୁ ଅପମାନିତ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଗିରଫ କରିବାକୁ ଦାବି କରିଛି ଟିଜି ସିୁରକ୍ଷା ଟ୍ରଷ୍ଟ। ଏ ନେଇ ଆଜି ଟ୍ରଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏତଲା ଦିଆଯାଇଥିଲେ ମଧ୍ୟ ଗିରଫ କରାଯାଉ ନଥିବାରୁ ପୁଲିସର କାର୍ଯ୍ୟକୁ ଟ୍ରଷ୍ଟ ନିନ୍ଦା କରିଥିଲା। ତାଙ୍କୁ ତୁରନ୍ତ ଗିରଫ କରାନଗଲେ, ସାଂସଦଙ୍କ କଟକସ୍ଥିତ ବାସଭବନ ଓ ଦିଲ୍ଲୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଟ୍ରଷ୍ଟର ସଭାପତି ମେନକା କିନ୍ନରଙ୍କ ସମେତ ବବି, ବାଲୁଗାଁର ପୁନମ, ଛତ୍ରପୁରର ରାଜଶ୍ରୀ, ସୋନମ୍, ଅନୁଷ୍କା, ରୀନା, ମମତା କିନ୍ନର ପ୍ରମୁଖ ଚେତାବନୀ ଦେଇଛନ୍ତି।
କେନ୍ଦ୍ରାପଡ଼ା ସାଂସଦଙ୍କୁ ଗିରଫ ଦାବିରେ ବିକ୍ଷୋଭ
Advertisment
Follow Us