ଅନଲାଇନ୍‌ ମହାପ୍ରସାଦ ଓ ନିମନ୍ତ୍ରଣପତ୍ର ଲାଗି ଉପରେ ରୋକ୍‌ ଲଗାଇଲା ମନ୍ଦିର ପ୍ରଶାସନ

Advertisment
ଶ୍ରୀମନ୍ଦିର ସଂସ୍କାର ପାଇଁ ଅଣ୍ଟା ଭିଡ଼ିଲେ ଶଙ୍କରାଚାର୍ଯ୍ୟ

ପୁରୀ: ଅନଲାଇନ୍ ମହାପ୍ରସାଦ ବିକ୍ରି ସହିତ ଅନଲାଇନ୍ ନିମନ୍ତ୍ରଣପତ୍ର ଗ୍ରହଣ କରିବା ପ୍ରସ୍ତାବ ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ ଏହାର ସ୍ବତ୍ତ୍ବଧିକାରୀ ହୋଇଥିବାରୁ କୌଣସି ଅନୁ‌ଷ୍ଠାନ ବା ବ୍ୟକ୍ତିବିଶେଷ ଅନଲାଇନ୍‌ରେ ମହାପ୍ରସାଦ ବିକ୍ରି କିମ୍ବା ଅନଲାଇନ୍‌ରେ ମହାପ୍ରଭୁଙ୍କ ନିମନ୍ତ୍ରଣପତ୍ର ପ୍ରଦାନ କରିପାରିବେ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ଶ୍ରୀମନ୍ଦିର ପ୍ରଶାସନ କୌଣସି ଅନୁମତି ଦେଇନାହିଁ। ଯଦି କେହି ଏଭଳି କାମ କରୁଥା‌ଏ ତେବେ ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ଆଇନ୍‌ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ବିଭିନ୍ନ ସଂସ୍ଥ‌ା ଅନଲାଇନ‌୍‌ ମାଧ୍ୟମରେ ମହାପ୍ରସାଦ ବିକ୍ରି ଓ ଅନଲାଇନ୍‌ରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଜଣାଇବା ପ୍ରସଙ୍ଗ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିବା ପରେ ଆଜି ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ ଏକ ପ୍ରେସ ବିବୃତି ଜାରି କରିଛନ୍ତି। ୪/୫ଟି ସଂସ୍ଥା ଅନଲାଇନ୍‌ ମାଧ୍ୟମରେ ମହାପ୍ରସାଦ ବିକ୍ରି କରୁଥିବା ସୋସିଆଲ୍‌ ମିଡିଆରୁ ଜଣାପଡିବା ପରେ ମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଖୁଣ୍ଟିଆ ନିଯୋଗ ପକ୍ଷରୁ ଅନଲାଇନ୍‌ରେ ନିମନ୍ତ୍ରଣ ଗ୍ରହଣକୁ ନେଇ ହୋଇଥିବା ନିଷ୍ପତ୍ତିରେ ଏବେ ଅନିଶ୍ଚିତତା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe