ରାମଦାସପୁର ଜମି ସମସ୍ୟା : ହାଇକୋର୍ଟ ନିର୍ଦେଶକୁ ଅବମାନନା ପ୍ରତିବାଦରେ ଦଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ

ରାମଦାସପୁର ଜମି ସମସ୍ୟା : ହାଇକୋର୍ଟ ନିର୍ଦେଶକୁ ଅବମାନନା ପ୍ରତିବାଦରେ ଦଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର : କଟକ ଜିଲ୍ଲା ବାରଙ୍ଗ ଗୋଡ଼ିସାହି ରାମଦାସପୁର ମୌଜାରେ ଥିବା ଦଳିତଙ୍କ ଜମି ସମସ୍ୟାର ସମାଧାନ ଦାବିରେ ଆଜି ଦଳିତ ମଞ୍ଚ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଞ୍ଚର ସଭାପତି ନିରଂଜନ ଭୋଇଙ୍କ ନେତୃତ୍ବରେ କଟକରୁ ଆସିଥିବା ଶତାଧିକ ଆନ୍ଦୋଳନକାରୀ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପ୍ରତିବାଦ ଜଣାଇଥିଲେ। ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଜମି ନେଇ ଦୀର୍ଘଦିନ ଧରି ଚାଲିଥିବା ମକଦ୍ଦମାର ବିଚାର କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଖାତା ନଂ-୪୪୦କୁ ସଂଶୋଧନ ପାଇଁ ବାରଙ୍ଗ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ। ନିର୍ଦେଶ ପରେ ତହସିଲଦାର ସଂଶୋଧନ କଲେ। ମାମଲାର ବିଚାର କରି ମାଲିକାନା ଥିବା ଦଳିତମାନଙ୍କୁ ଟଙ୍କା ଦେବା ପାଇଁ ହାଇକୋର୍ଟ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ହେଲେ ବାରଙ୍ଗ ତହସିଲଦାର, କଟକ ଜିଲ୍ଲାପାଳ, ଭୂ-ଅଧିଗ୍ରହଣ ଅଧିକାରୀ, ତାଙ୍କ ବ୍ୟକ୍ତିଗତ କିରାଣି, କେସ୍‌ର ମୁଖ୍ୟ କିରାଣି ଏବଂ କଟକ- ଉପଜିଲ୍ଲାପାଳ ଚଞ୍ଚକତା କରି ସଂଶୋଧନ ହୋଇଥିବା ଖାତା ନଂ-୪୪୦ର ଜମିକୁ ଖାତା ନଂ-୪୫୦ରେ ରଖି ସରକାରୀ ଜମି କରି ନେଇଥିଲେ। ଫଳରେ ଦଳିତମାନେ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହୋଇଛନ୍ତି। ସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନେଇ ନ୍ୟାୟ ପ୍ରଦାନ କରିବାକୁ ମଞ୍ଚ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe