୧୦ଦଫା ଦାବି ନେଇ କେନ୍ଦ୍ରୀୟ ସମାବେଶ, ଓଡ଼ିଶା ରାଜ୍ୟ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଧାରଣା

Advertisment
୧୦ଦଫା ଦାବି ନେଇ କେନ୍ଦ୍ରୀୟ ସମାବେଶ, ଓଡ଼ିଶା ରାଜ୍ୟ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଧାରଣା

ଭୁବନେଶ୍ବର : ଓଡ଼ିଶା ରାଜ୍ୟ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୧୦ଦଫା ଦାବି ନେଇ ଲୋୟର ପିଏମ୍‌ଜିଠାରେ କେନ୍ଦ୍ରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସମିତିର ଦାବି ଅନୁଯାୟୀ, ଅନ୍ୟ ରାଜ୍ୟ ଭଳି ପେନସନ୍ ଲାଗୁ, ଚୁକ୍ତିଭିତ୍ତିକ ଆଉଟସୋର୍ସିଂ ଓ ଡାଟା ଏଣ୍ଟ୍ରି ଅପରେଟର ଆଦି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଇଂଜିନିୟରିଂ ବିଭାଗରେ କାର୍ଯ୍ୟରତ ଓ୍ବାର୍କଚାର୍ଜ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା, ପଦବି ଉଚ୍ଛେଦ ବନ୍ଦ କରି ଖାଲି ସ୍ଥାନରେ ସବୁବର୍ଗର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ୧୮ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ, ୨୦୧୬ ମସିହାରୁ କେନ୍ଦ୍ର ସରକାରଙ୍କ ଆଧାରରେ ସଂଶୋଧିତ ଘରଭଡ଼ା ଭତ୍ତା ତୁରନ୍ତ ପ୍ରଦାନ, ୪ର୍ଥ ଶ୍ରେଣୀ ପଦବିର ମୂଳ ଦରମା ୧୬୬୦୦ ପରିବର୍ତ୍ତେ ୧୮୦୦୦ଟଙ୍କା ଆଦି ରହିଛି।

ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରିବାକୁ ସମିତି ଚେତାବନୀ ଦେଇଛି। କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସାହୁ, ବରିଷ୍ଠ ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ନାୟକ ଓ ସୁଜିତ୍ କୁମାର ନାୟକ ଓ ବିଶ୍ବମୋହନ ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଲିଙ୍ଗରାଜ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ଧାରଣାରେ ସଭାପତି ପ୍ରତାପ ଚନ୍ଦ୍ର ଦାସ, ପ୍ରତାପ ଚନ୍ଦ୍ର ମିଶ୍ର, କ୍ଷେତ୍ରମୋହନ ଦାସ, ଗୋକୁଳାନନ୍ଦ ବେହେରା, କାହ୍ନୁଚରଣ ମଲ୍ଲିକ, ସୁଜିତ୍ କୁମାର ନାୟକ, ସଦାନନ୍ଦ ବେହେରା, ଶ୍ରୀବତ୍ସ ବେହେରା, ସୁଶାନ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ମହେଶ ପଟ୍ଟନାୟକ, ଆନ୍ନା ସୋରେଙ୍ଗ, ସୁବାସ ଚନ୍ଦ୍ର ମିଶ୍ର, ଅକ୍ଷୟ କୁମାର ମହାନ୍ତି, ହାଡ଼ିବନ୍ଧୁ ନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe