ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାସଭବନ ଉପରକୁ ମହିଳା କଂଗ୍ରେସର ଅଣ୍ଡା, ଟମାଟୋ ମାଡ଼

Advertisment
ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାସଭବନ ଉପରକୁ ମହିଳା କଂଗ୍ରେସର ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଘଟଣାରେ ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ କୃଷି ମନ୍ତ୍ରୀ ତଥା ପିପିଲି ବିଧାୟକଙ୍କ ବୟାନକୁ ନେଇ ଏବେ ଉଠିଛିି ଝଡ଼।  ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ .ହେବା ପରେ ପିପିଲି ପୀଡିତାଙ୍କୁ ନ୍ୟାୟ ମିଳିଲା ବୋଲି କହିଥିଲେ ମହାରଥୀ । ଏହି ବୟାନ ପରେ ବିଜେପି ପକ୍ଷରୁ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବି କରାଯାଇଥିବା ବେଳେ ଆଜି ମହିଳା କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଘର ଉପରକୁ ଟମୋଟୋ ଓ ଅଣ୍ଡା ଫିଙ୍ଗାଯାଇଛି।

ସୂଚନାଯୋଗ୍ୟ ଯେ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମାନ୍ୟବର ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ମନ୍ତ୍ରୀ ଶ୍ରୀ ମହାରଥୀଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ଏହି ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ। ସେ ପୀଡିତାଙ୍କୁ ନ୍ୟାୟ ମିଳିଲା ବୋଲି କହିଥିଲେ।

ତେବେ ଶ୍ରୀ ମହାରଥୀଙ୍କ ବୟାନ ମହିଳା ଜାତି ପ୍ରତି ଅପମାନ ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛି। ଏଥିପାଇଁ ଆଜି ସକାଳେ ମହିଳା କଂଗ୍ରେସ ପକ୍ଷରୁ ଝାଡ଼ୁ ଧରି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଘର ଆଗରେ ବିକ୍ଷୋଭ କରାଯିବା ସହିତ ଘର ଉପରକୁ ଟମୋଟୋ ଓ ଅଣ୍ଡା ଫିଙ୍ଗା ଯାଇଥିଲା। ମହରଥୀଙ୍କ ବିବାଦୀୟ ବୟାନ ନେଇ ଛାଞ୍ଚୁଣୀ ଧରି ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଆଉ ଏହି ସମୟରେ ମହାରଥୀଙ୍କୁ ବାସଭବନ ଭିତରକୁ ଧସେଇ ପଶିବାକୁ ମହିଳା କଂଗ୍ରେସ କର୍ମୀ ଉଦ୍ୟମ କରିବାରୁ ପୋଲିସ ଓ ମହିଳା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ମହିଳା କଂଗ୍ରେସ କର୍ମୀମାନେ ମହାରଥୀଙ୍କ ଘର ଉପରକୁ ଅଣ୍ଡା ଓ ପଚା ଟମାଟୋ ମାଡ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ସେଠାରୁ ଉଠାଇ ନେଇଛି।

publive-image
ସେହିପରି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଏକ ପ୍ରେସ ମିଟ୍‌ ଜରିଆରେ ତୁରନ୍ତ ରାଜ୍ୟ ସରକାର ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର କରନ୍ତୁ ବୋଲି ଦାବି କରିଛନ୍ତି। ଯଦି ୨୪ ଘଣ୍ଟା ମଧ୍ୟରେ ମନ୍ତ୍ରୀ ଶ୍ରୀ ମହାରଥୀଙ୍କୁ ବହିଷ୍କାର କରା ନ ଯାଏ ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe