ତାଳଚେର ମାଟି ଦବିବା ଘଟଣା : ଆନ୍ଦୋଳନକାରୀଙ୍କୁ ରାତି ଅଧରେ ଟେକିନେଲା ପୁଲିସ

୧୮ ଘଣ୍ଟା ରାସ୍ତା ଅବରୋଧ, ୧୫ ଗିରଫ

ତାଳଚେର ମାଟି ଦବିବା ଘଟଣା : ଆନ୍ଦୋଳନକାରୀଙ୍କୁ ରାତି ଅଧରେ ଟେକିନେଲା ପୁଲିସ

ତାଳଚେର : ଗୁରୁବାର ରାତି ପ୍ରାୟ ସାଢେ଼ ଗୋଟାଏ ବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ଟେକି ନେଇ ଥାନାରେ ଭର୍ତି କରି ଦେଇଥିଲେ। ଫଳରେ ଗୁରୁବାର ସକାଳ ୭ଟାରୁ ତାଳଚେରବାସୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆନ୍ଦୋଳନ ଭଣ୍ତୁର ହୋଇଛି।

ପ୍ରକାଶ ଯେ, ସହରର ଶାନ୍ତିଲତା ବାଇଙ୍କ ଘର ଚଟାଣ ଭୂଗର୍ଭକୁ ଦବି ଯିବା ପରେ ପ୍ରତିକାର ଦାବିରେ ସହରବାସୀ ଗତକାଲିଠାରୁ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ଶାନ୍ତିପୁର୍ଣ୍ଣ ଭାବେ ତାଳଚେର ବନ୍ଦର ଡାକରା ଦେଇଥିଲେ। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଚାରି କିଲୋମିଟର ଲମ୍ବରେ ଟ୍ରକଗୁଡିକ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ସହରର ସବୁ ଦୋକାନ ବଜାର ମଧୢ ବନ୍ଦ ରହିଥିଲା। ସ˚ଧୢା ପରେ ମଧୢ ଜାତୀୟ ରାଜପଥ ଅବରୋଧ ଜାରି ରହିଥିଲା। ରାତି ୯ଟା ପରେ ଧୀରେ ଧୀରେ ଆନ୍ଦୋଳନକାରୀଙ୍କ ସ˚ଖ୍ୟା କମିବାକୁ ଲାଗିଥିଲା। ଆନ୍ଦୋଳନକାରୀଙ୍କ ସ˚ଖ୍ୟା ଉପରେ ପୋଲିସ ଅହରହ ନଜର ରଖିଥିଲା। ରାତି ପ୍ରାୟ ସାଢେ଼ ବାରଟା ବେଳକୁ ଏସ୍‌ଡିପିଓ ହେମନ୍ତ ପଣ୍ତା ଘଟଣାସ୍ଥଳରେ ପହଂଚି ଅବରୋଧରୁ ଓହରିବାକୁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ତେବେ ଏଥିରେ ଆନ୍ଦୋଳନକାରୀ ମାନି ନଥିଲେ।

ରାତି ପ୍ରାୟ ସାଢେ଼ ଗୋଟାଏ ସମୟରେ ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ଏସ୍‌ଡିପିଓ ଶ୍ରୀ ପଣ୍ତା ଓ ଟାଉନ ଥାନା ଅଧିକାରୀ ସୌଭାଗ୍ୟ ସ୍ବାଇଁଙ୍କ ଉପସ୍ଥିତିରେ ପୁଲିସ କର୍ମଚାରୀମାନେ ଆନ୍ଦୋଳନକାରୀଙ୍କୁ ଜବରଦସ୍ତ ଟେକି ନେଇଥିଲେ। ସେମାନଙ୍କୁ ପୁଲିସ ଗାଡ଼ିରେ ବସାଇ ତାଳଚେର ଥାନାରେ ଅଟକ ରଖିଥିଲେ। ଏହା ପରେ ଜାତୀୟ ରାଜପଥରୁ ଅବରୋଧ ହଟିଥିଲା। ଦୀର୍ଘ ୧୮ ଘଣ୍ଟା ଧରି ଅଟକି ରହିଥିବା ଟ୍ରକ୍‌ ଚଳାଚଳ ଆରମ୍ଭ ହୋଇଥିଲା। କେଶବ ଭୂତିଆ, ନୀରଜ ଦାସ,ପ୍ରକାଶ ମହାରଣା, ଜିତେନ୍ଦ୍ର ଦାସଙ୍କ ସମେତ ୭ଜଣଙ୍କୁ ଗତକାଲି ରାତିରେ ଓ ଅନ୍ୟ ୮ଜଣଙ୍କୁ ଆଜି ସକାଳେ ପୁଲିସ ଗିରଫ କରିଥିଲା। ପରେ ସମସ୍ତ ୧୫ ଗିରଫଙ୍କୁ ଜାମିନରେ ଛଡ଼ାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe