ପଶ୍ଚିମ ଓଡ଼ିଶାର ୩ ସ୍ଥାନରେ ବନ୍ଦ ପାଳନ: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ତେଜିଲା

ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟନ ସ୍ଥଗିତ ପ୍ରତିବାଦରେ ବିଜେପୁର ବ୍ଲକ୍‌ ବନ୍ଦ

ଡିଗେଶ୍ବର ମୃତ୍ୟୁ ଘଟଣା: ଆନ୍ଦୋଳନକାରୀ-ପୁଲିସ୍‌ ଧସ୍ତାଧସ୍ତି, ଏସ୍‌ଆଇଙ୍କ ସମେତ ୨ ଆହତ

menafn

ବରଗଡ଼/ଦେବଗଡ଼: ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ପଦ୍ମପୁର ଉପଖଣ୍ଡ, ବିଜେପୁର ବ୍ଲକ୍‌ ଓ ଦେବଗଡ଼ ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି। ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ରହିଥିଲା। ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାର ଉପରୋକ୍ତ ସ୍ଥାନମାନଙ୍କରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଦୋକାନବଜାର ତଥା ଯାନବାହନ ଚଳାଚଳ ବନ୍ଦ ରହିଥିଲା।ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ବହୁଦିନରୁ ହୋଇ ଆସୁଥିବା ଆନ୍ଦୋଳନ ପୁଣି ତେଜିଛି। ଇତିମଧ୍ୟରେ ନିର୍ଦ୍ଧାରିତ ଅବଧି ପାର୍‌ ହୋଇ ସାରିଥିବାରୁ ଓ ରାଜ୍ୟ ସରକାର ଦାବି ପୂରଣ କରିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଜି ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ପଦ୍ମପୁର ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଥିଲା। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ସହିତ ଏହି ଉପଖଣ୍ଡ ଅନ୍ତର୍ଗତ ପାଇକମାଳକୁ ଏନ୍‌ଏସି ଓ ଗାଇସିଲାଟ ବ୍ଲକ୍‌କୁ ଉପଖଣ୍ଡ ଦାବି ମଧ୍ୟ ହୋଇଛି।

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ତେଜିଲା
ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟନ ସ୍ଥଗିତ ପ୍ରତିବାଦରେ ବିଜେପୁର ବ୍ଲକ୍‌ ବନ୍ଦ
ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଦେବଗଡ଼ ବନ୍ଦ କଲା କଂଗ୍ରେସ

ସେହିପରି ବରଗଡ଼ ଜିଲ୍ଲାର ବିଜେପୁରରେ ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟନ ସ୍ଥଗିତ ନେଇ ଅସନ୍ତୋଷ ବଢ଼ିଛି। ଏହାର ପ୍ରତିବାଦରେ ଆଜି ବିଜେପୁର ବ୍ଲକ୍‌ ବନ୍ଦ ଡାକରା ଦିଆଯାଇଥିଲା। ବିଜେପୁରଠାରେ ଗତ ୧୪ତାରିଖ ଦିନ ଜେଏମ୍ଏଫ୍‌ସି କୋର୍ଟ ଉଦ୍‌ଘାଟନ ହେବାର ଥିଲା। ମାତ୍ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବିଜେପୁର ବିଧାୟିକା ତଥା ମନ୍ତ୍ରୀ ରୀତା ସାହୁଙ୍କୁ ନିମନ୍ତ୍ରଣ କରାଯାଇନଥିବା ଦର୍ଶାଇ ତାଙ୍କର କେତେକ ସମର୍ଥକ ଅଭିଯୋଗ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମ ବାତିଲ କରାଯିବା ପ୍ରତିବାଦରେ ଆଜି ବନ୍ଦ ଡାକରା ଦିଆଯାଇଥିଲା। ଧାନମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀମାରଣ ନୀତି ଚାଲିଥିବା ଦର୍ଶାଇ ଆଜି ମଧ୍ୟ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe