ଏନ୍‌ପିଏସ୍‌ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ

Advertisment
ଏନ୍‌ପିଏସ୍‌ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ବିଶ୍ୱଜିତ ବେହେରାଙ୍କ ସଭାପତିତ୍ୱରେ ହୋଇଥିବା ବିକ୍ଷୋଭ ସଭାରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ବୈକୁଣ୍ଠ ଜାଲ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସଂଜୀବ ପାଢ଼ୀ ସଭା ପରିଚାଳନା କରିଥିଲେ।

ମୁଖ୍ୟ ଉପଦେଷ୍ଟା ସତ୍ୟବାନ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ବଂକିମ ଚନ୍ଦ୍ର ସାଗର, କାର୍ଯ୍ୟକାରୀ ସଭାପତି ବିଶ୍ୱଜିତ ବେହେରା, ଯୋଗେଶ୍ୱର ସାଗର, ପ୍ରେମଲାଲ ଜଗତ, ରାଜେନ୍ଦ୍ର ସେଠି, ମନୋଜ ସାହୁ, ଗିରିଧାରୀ ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇ ୬ ବର୍ଷର ଠିକା ନିଯୁକ୍ତିକୁ ମୂଳଚାକିରିରେ ଗଣନା, ୬ଟି ଇନ୍‌କ୍ରିମେଣ୍ଟ ପ୍ରଦାନ, ଏକ୍ସ କ୍ୟାଡର ଉଚ୍ଛେଦ ଏବଂ ପୁରାତନ ପେନସନ ଲାଗୁ କରିବାକୁ ଦାବି କରିଥିଲେ। ଦାବି ପୂରଣ ଦିଗରେ ସରକାର ଅବହେଳା ପ୍ରଦର୍ଶନ କଲେ ଆଗାମୀ ଦିନରେ ଜୋର୍‌ଦାର୍ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପରେ ବିକ୍ଷୋଭସ୍ଥଳକୁ ସହକାରୀ ଜିଲ୍ଲାପାଳ ଆସି ଦାବିପତ୍ର ଗ୍ରହଣ କରିଥିଲେ। ଏହି ବିକ୍ଷୋଭ ସମାବେଶରେ ଜାକୀର ହୁସେନ, ଅଜିତ ପ୍ରଧାନ, ଅମିତ ଜାଲ, ଧନଞ୍ଜୟ ସାହୁ, ନାରାୟଣ ବଗର୍ତ୍ତି, ଦୁର୍ଗା ପ୍ରସାଦ ଆଚାରୀ, ସନ୍ତୋଷ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ। ଉପସଭାପତି ଉଗ୍ରସେନ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe