ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ

Advertisment
ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ

ପୁରୀ : ସୁପ୍ରିମକୋର୍ଟ ସମାନ କାମକୁ ସମାନ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସରକାର ଏହାକୁ ପାଳନ କରୁନାହାନ୍ତି। ଗୋଟିଏ ଛାତ ତ‌ଳେ ୩ ପ୍ରକାର କର୍ମଚାରୀ ରହିଥିଲେ ହେଁ ସମାନ କାମ ପାଇଁ ସମାନ ଦରମା ମିଳୁନାହିଁ। ତେଣୁ ଆଉଟ‌୍‌ସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ପୁରୀ ଜିଲ୍ଲା ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ଏକ ଶୋଭାଯାତ୍ରା ପିକେଡିଏ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ପରେ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ମହାସଂଘର ଆବାହକଶରତ କୁମାର ରାୟଗୁରୁଙ୍କ ନେତୃତ୍ବରେ ଠିକା ଓ ଆଉଟ୍‌ ସୋର୍ସିଂ ପ୍ରଥା ଉଚ୍ଛେଦ, ସମାନ କାମକୁ ସମାନ ଦରମା, ସମସ୍ତ କର୍ମଚାରୀଙ୍କୁ ଇପିଏଫ୍‌ ଓ ଇଏସ୍‌ଆଇ ଏବଂ ନିୟମିତ କର୍ମଚାରୀର ମାନ୍ୟତା ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦିଆଯାଇଛି। ଦାବି ପୂରଣ ହେବା ପର୍ଯ୍ୟନ୍ତ ଆଉଟସୋର୍ସିଂ ଏଜେନ୍ସିମାନଙ୍କ ପାଇଁ ଏକ ନୋଡାଲ ଅଫିସର ନିଯୁକ୍ତ କରି ଆପତ୍ତି ଅଭିଯୋଗ ଶୁଣିବାର ବ୍ୟବସ୍ଥା କରାଯାଉ। ଟେଣ୍ଡର ବେଳେ ଜିଲ୍ଲାପାଳ, ଶ୍ରମ ଅଧିକାରୀ, ନିୟୋଜନ ଅଧିକାରୀ ଉପସ୍ଥିତ ରହିବା ଏବଂ ୧୦ ବର୍ଷରୁ ଅଧିକ ଦିନ କାମ କରୁଥିବା କର୍ମଚାରୀମାନଙ୍କୁ ଉଚ୍ଚ କୁଶଳୀର ଦରମା ଦେବା, ପ୍ରତ୍ୟେକ ମାସରେ ଦରମା ସହ ପ୍ରଥମ ସପ୍ତାହରେ ଇପିଏଫ୍‌ ଓ ଇଏସ୍‌ଆଇ ପ୍ରଦାନ, କଳା ତାଲିକାଭୁକ୍ତ ଏଜେନ୍ସିକୁ ବିଦା କରିବା, ମନଇଚ୍ଛା କର୍ମଚାରୀଙ୍କୁ କାମରୁ ଛଟେଇ କରିବାରୁ ନିବୃତ୍ତ ରହିବା ନେଇ ଜିଲ୍ଲାପାଳଙ୍କ ସହ ସଂଘର କର୍ମକର୍ତାମାନେ ଆଲୋଚନା କରିଥିଲେ। ଗୁରୁ ପ୍ରସାଦ ଶତପଥୀ, ଅନିଲ କୁମାର ସୁବୁଦ୍ଧି, ତ୍ରିନାଥ ଭୋଇ, ଶ୍ରୀବତ୍ସ ଜାଲି, କିରଣ ନାୟକ, ଅମରେନ୍ଦ୍ର ନନ୍ଦ, ମନୋରଞ୍ଜନ ମହାରଣା, ସୁଜିତ ନାୟକ, ଜହର ଖାନ, ଦୀପକ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe