ପୁଲିସ ନିଷ୍କ୍ରିୟତାର ପ୍ରତିବାଦ : ଝିଅକୁ ଫେରି ନପାଇଲେ ବାପାଙ୍କ ଆତ୍ମାହୁତି ଧମକ

Advertisment
ପୁଲିସ ନିଷ୍କ୍ରିୟତାର ପ୍ରତିବାଦ : ଝିଅକୁ ଫେରି ନପାଇଲେ ବାପାଙ୍କ ଆତ୍ମାହୁତି ଧମକ
ଫୁଲବାଣୀ : ଫୁଲବାଣୀ ଟାଉନ୍‌ ପୁଲିସର ନିଷ୍କ୍ରିୟତା ବିରୋଧରେ ଅସହାୟ ବାପା ପ୍ରତିବାଦ ଜଣାଇଛନ୍ତି। ପୁଲିସ ଜାଣିଶୁଣି ତାଙ୍କ ଝିଅର ଅପହରଣକାରୀକୁ ଧରୁନାହିଁ ବୋଲି ବାପା ତାରିଣୀ ଚୌଧୁରୀ ଅଭିଯୋଗ କରିଛନ୍ତି। ଅପହରଣକାରୀ ଏବଂ ସେମାନେ ବ୍ୟବହାର କରିଥିବା ଗାଡ଼ି ସମ୍ପର୍କରେ ପୁଲିସକୁ ସମସ୍ତ ସୂଚନା ଦେଇଥିବା ସତ୍ତ୍ବେ ପୁଲିସ ନିରବ ରହୁଛି ବୋଲି ତାରିଣୀ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଜିରିଙ୍ଗିପଡ଼ା ନିବାସୀ ତାରିଣୀ ଚୌଧୁରୀଙ୍କ ନାବାଳିକା ଝିଅକୁ ଗତ ବର୍ଷ ନଭେମ୍ବର ମାସ ୨୫ ତାରିଖରେ କେହି ଦୁର୍ବୃତ୍ତ ଅପହରଣ କରି ନେଇଯାଇଥିଲା। ଝିଅର ଅପହରଣ ଘଟଣା ପରେ ପିତା ତାରିଣୀ ଟାଉନ୍‌ ଥାନାରେ ଏତଲା ଦେଇଥିଲେ। ଏହି ଅପହରଣ ଘଟଣାକୁ ଦୁଇ ମାସ ବିତିବାକୁ ବସିଥିବ‌ାବେଳେ ପୁଲିସ ଅପହରଣକାରୀକୁ ଧରିବାରେ ସଫଳ ହୋଇପାରି ନାହିଁ। ଅପରପକ୍ଷେ, ଅପହରଣକାରୀ ଏବଂ ସେମ‌ାନେ ବ୍ୟବହାର କରିଥିବା ଗାଡ଼ି ସମ୍ପର୍କରେ ଝିଅର ବାପା ପୁଲିସକୁ ସୂଚନା ଦେଇଥିବାବେଳେ ପୁଲିସ ଏଯାଏ ଚୁପ୍‌ ବସିଛି। ଝିଅକୁ ଫେରି ପାଇବା ପାଇଁ ତାରିଣୀ ବାରମ୍ବାର ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୁଲିସ ଆଜି  ପର୍ଯ୍ୟନ୍ତ ଅପହରଣକାରୀକୁ ଧରିପାରିନାହିଁ। ଅପହରଣରେ ବ୍ୟବହୃତ ହୋଇଥିବା ଗାଡ଼ି ଏବଂ ଗାଡ଼ିମାଲିକକୁ ପଚରାଉଚରା କଲେ ପୁଲିସକୁ ସବୁ ତଥ୍ୟ ମିଳିଯାଇ ପାରନ୍ତା। ମାତ୍ର ପୁଲିସ ଜାଣିଶୁଣି ଗାଡ଼ିମାଲିକକୁ ଜେରା କରୁନାହିଁ ବୋଲି ତାରିଣୀ ଅଭିଯୋଗ ଆଣିଛନ୍ତି।
ଅପରପକ୍ଷେ, ତାଙ୍କ ଝିଅ ଜୀବିତ ଅଛନ୍ତି ନା ମୃତ, ସେନେଇ ସେ ଚିନ୍ତାରେ ଅଛନ୍ତି। ଯଦି ପୁଲିସ ଅପହରଣକାରୀକୁ ଗିରଫ ନ କରେ ଏବଂ ତାଙ୍କ ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର ନ କରେ ତେବେ ସେ ଆତ୍ମାହୁତି ଦେ‌ବେ ବୋଲି ତାରିଣୀ ଚେତାବନୀ ଦେଇଛନ୍ତି। କନ୍ଧମାଳ ଏସ୍‌ପି ଏହି ମାମଲାରେ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି। ଅପରପ‌େକ୍ଷ, ତଦନ୍ତ ଚାଲୁ ରହିଛି ଏବଂ ଅପହଣକାରୀଙ୍କୁ ଖୁବ୍‌ ଶୀଘ୍ର ଧରିବାକୁ ପୁଲିସ ଉଦ୍ୟମ କରୁଛି ବୋଲି ଟାଉନ୍‌ ଥାନାଧିକାରୀ ସୁଶାନ୍ତ ସେଠୀ ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe