ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ବିକ୍ଷୋଭ: ଦାବି ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା

Advertisment
ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ବିକ୍ଷୋଭ: ଦାବି ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା

ଭୁବନେଶ୍ବର: ତିନି ଦଫା ଦାବି ନେଇ ଆଜି ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓପିଟିସିଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏକତା ମଞ୍ଚ ପକ୍ଷରୁ କରାଯାଇଥିବା ଦାବି ଗୁଡ଼ିକ ହେଲା ଓପିଟିସିଏଲ୍‌ରେ କାର୍ଯ୍ୟ କରୁଥିବା ଟେକ୍ନିକାଲ୍ କର୍ମଚାରୀ ଓ ଆଡମିନିଷ୍ଟ୍ରେଟିଭ୍ କାଟାଗୋରିରେ କାର୍ଯ୍ୟ କରୁଥିବ‌ା କର୍ମଚାରୀମାନଙ୍କ ମଧ୍ୟରେ ଥିବା ଦରମା ତାରତମ୍ୟର ସମ‌ାଧାନ କରାଯାଉ, ୨୦୨୦ ଏପ୍ରିଲ୍ ୧ରୁ ଲାଗୁ ଦରମାର ପୁନଃନିର୍ଧାରଣ କରାଯାଇ ୪୨୦୦ ଗ୍ରେଡ ପେ’ରୁ ୪୬୦୦ କରାଯାଉ, ନୂତନ ସର୍ଭିସ୍ ମାନୁଆଲ ଆଲୋଚନା ମାଧ୍ୟମରେ ସମାଧାନ କରିବା ସହ ସମସ୍ତ ଡିଓ, ଏନ୍‌ଏମ୍‌ଆରମାନଙ୍କୁ ତୁରନ୍ତ ସ୍ଥାୟୀ କରାଯାଉ।

ଏହି ଦାବି ଗୁଡ଼ିକ ଆସନ୍ତା ୧୭ ତାରିଖ ସୁଦ୍ଧା ପୂରଣ କରାନଗଲେ ୧୮ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଶ୍ରମିକ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ଆଜି ପୂର୍ବାହ୍ନରେ ବହୁ ସଂଖ୍ୟାରେ ଶ୍ରମିକ କର୍ମଚାରୀ ଲୋୟର ପିଏମ୍‌ଜିରେ ଏକାଠି ହୋଇ ଶୋଭାଯାତ୍ରାରେ ବାହାରି ଥିଲେ। ପ୍ରଥମେ ଶ୍ରମ କମିସନଙ୍କୁ ଦାବିପତ୍ର ଦେବା ପରେ ଓପିଟିସିଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ବିଷ୍ଣୁ ମହାନ୍ତି, ବାସୁଦେବ ଭଟ୍ଟ, ସତ୍ୟ ନାୟକ, ବିଜୟ କୁମାର ଜେନା, ରମେଶ ଶତପଥୀ, ପ୍ରଶାନ୍ତ ମହାପାତ୍ର, ଅକ୍ଷୟ ତ୍ରିପାଠୀ, ଲଳିତ ପଟ୍ଟନାୟକ, ଜଗନ୍ନାଥ ମହାରଣା, ପଣୟ କୁମାର ନାୟକ, ସତ୍ୟବ‌ାଦୀ ବାଘ, ଶମ୍ଭୁ ମହାପାତ୍ର, ନାରଣ ସିଂ, ଭ୍ରମରବର ରାଉତ, କୃଷ୍ଣ ପଟ୍ଟନାୟକ, ଆକୁଳି ନାଥ, କୈଳାସ ମହନ୍ତ, ବୁନୁ ପଣ୍ଡା, ସୂର୍ଯ୍ୟ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe