କାଗଜ କଳ ଅବସରପ୍ରାପ୍ତ ଶ୍ରମିକଙ୍କ ପ୍ରତୀକ ବିକ୍ଷୋଭ

କାଗଜ କଳ ଅବସରପ୍ରାପ୍ତ ଶ୍ରମିକଙ୍କ ପ୍ରତୀକ ବିକ୍ଷୋଭ

ଜୟପୁର:ଆଜି ଠାରୁ କାଗଜ କଳ ଅବସରପ୍ରାପ୍ତ ଶ୍ରମିକ ମାନେ ସେମାନଙ୍କ ବକେୟା ପାଉଣା,ଇପିଏଫ୍ ରେ ଜମା ଟଙ୍କା ପାଇବା , ପେନସନ୍ ପାଇଁ ସକାଳ ଘ ୦୮.୦୦ ଟା ଠାରୁ ଅଧ ଘଣ୍ଟାଏ ପ୍ରତୀକ ଦଣ୍ଡାୟମାନ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ସ୍ଥାନୀୟ ପଂଚବଟୀ ଅଂଚଳରେ ପେପରମିଲର ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ବାସଭବନ ସମ୍ମୁଖରେ ଦାବି ପୁରଣ ହେବା ପର୍ଯ୍ୟନ୍ତ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି। ବିକ୍ଷୋଭ ପ୍ରଦର୍ଶନରେ ଜଣେ ଅବସରପ୍ରାପ୍ତ କର୍ମଚାରୀ ବ୍ୟାନର ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ବ୍ୟାନର ରେ ହିନ୍ଦୀ ଭାଷାରେ ଲେଖା ଯାଇଛି ଯେ ହଜାର ହଜାର କୋଟି ଟଙ୍କା ହେରଫେର ମାମଲାରେ ଅଭିଯୁକ୍ତ ଗୈାତମ ଥାପରକୁ ୧୦୦ କୋଟି ଟଙ୍କା ନୂଆ ମଦର ଆର୍ଥ୍ କମ୍ପାନୀ ଦେଇଥିବା ବେଳେ ଶହ ଶହ ଶ୍ରମିକ ମାନଙ୍କ ବକେୟା ପାଉଣା , ପିଏଫ୍ ପେନସନ କାହିଁକି ପାଉନାହାନ୍ତି। ଅବସରପ୍ରାପ୍ତ ଶ୍ରମିକ ମାନଙ୍କୁ ନ୍ୟାୟ ଦିଅ , ସେମାନେ କ୍ଷୁଧା ରେ , ରୋଗରେ ପିଡୀତ ହୋଇ ଔଷଧ ପାଇଁ ମଧ୍ୟ ଟଙ୍କା ପାଉନାହାନ୍ତି । ପ୍ରାୟ ୨୭ ରୁ ଉର୍ଦ୍ଧ ଶ୍ରମିକ ଅବସର ପରେ ମରିଗଲେଣି ।

ସେମାନଙ୍କ ମୃତ୍ୟୁପରେ ସେମାନଙ୍କ ପରିବାର ଅତ୍ୟନ୍ତ ଦୟନୀୟସ୍ଥିତିରେ ଚଳୁଛନ୍ତି। ଏଭଳି ପରିସ୍ଥିତି ହୋଇଛି ଯେ ପିଏଫ୍ ଜମା ଟଙ୍କା ମିଳିଲେ ପିଲାଙ୍କ କଲେଜ ର ଫିଜ୍ ବାନ୍ଧି ସାର୍ଟିଫିକେଟ ଆଣିବାକୁ ଟଙ୍କା ପାଇଁ ଚାତକ ଭଳି ଅନାଇ ରହିଛନ୍ତି । ଅନ୍ୟ ଦିଗରେ ବହୁ ଦାବି ପରେ ଶ୍ରମିକ ମାନଙ୍କ ବକେୟା ପାଉଣା ର ହିସାବ ତାଲିକା ଦେଇଥିଲେ ମଧ୍ୟ ସେଥିରେ ଉଲ୍ଲେଖ ଅଛି ୫,୫୦୦ ଟନ୍ ମାସିକ ଉତ୍ପାଦନ ହାସଲ ହେଲେ ବକେୟା ଟଙ୍କା ଦିଆଯିବ । କିନ୍ତୁ କାରଖାନା ରେ କଞ୍ଚାମାଲ କେମିକାଲ ଓ କୋଇଲା ଆବଶ୍ୟକ ପରିମାଣର ନାହିଁ ଯେଉଁଥି ପାଇଁ କି ଅଧା ଦିନ କାଗଜକଳ ନ ଚାଳି ବନ୍ଦ ରହୁଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ମଦର ଆର୍ଥ୍ କମ୍ପାନୀ ୨୦୨୦ ରେ ଏହି କମ୍ପାନୀ ର ବ୍ୟବସାୟ ଅଧିଗ୍ରହଣ କରିଥିବା ବେଳେ ୨୦୨୦ ଜୁନ୍ ୦୮ ତାରିଖରୁ ୧୫୦ କୋଟି ଟଙ୍କା ରୁଣ ଇଣ୍ଡସ୍ ଇଣ୍ଡ୍ ବ୍ୟାଙ୍କ ରୁ ନେଇଛି। ଶ୍ରମିକ ମାନେ ସବୁ ସହଯୋଗ କରିବା ପରେ ମଧ୍ୟ କମ୍ପାନୀ କଞ୍ଚାମାଲ ଯୋଗାଇବାରେ ବିଫଳ ହୋଇଛି । କେବେ ଅବସ୍ଥା ସୁଧିରିବ ତାର ସଠିକ୍ ଜବାବ୍ ଦେଉନାହାନ୍ତି । ଏଣୁ ଏ ଆନ୍ଦୋଳନ ଜାରି ରଖି ଆଗାମୀ ଦିନରେ ବ୍ୟାପକ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଦଶହରା ପରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ଜଣାଇଛନ୍ତି । ଆବାସିକ ଅଞ୍ଚଳ ଏବଂ ଶୃଖଳା ଦୃଷ୍ଟିରୁ ଏହି ପ୍ରତୀକ ଆନ୍ଦୋଳନ ପ୍ରତିଦିନ ଜଣେ କିମ୍ବା ଦୁଇଜଣଙ୍କୁ ଧରି ଚାଲିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe