ପୁରୀ: ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ବ୍ୟାରିକେଡ ଭାଙ୍ଗିଦେଲେ

ପୁରୀ: ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ବ୍ୟାରିକେଡ ଭାଙ୍ଗିଦେଲେ

ପୁରୀ: ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଶୃଙ୍ଖଳିତ ଦେବଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ଆଜି ଆରମ୍ଭ ହୋଇଥିବା ପରୀକ୍ଷାମୂଳକ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ଲୋକେ ଜୋରଦାର ବିରୋଧ କରିଛନ୍ତି। ବ୍ୟବସ୍ଥା ଅନୁଯାୟୀ, ଧାଡି ଦର୍ଶନ ବ୍ୟବସ୍ଥାରେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଏଥିପାଇଁ ସିଂହଦ୍ୱାର ଠାରୁ ୨୨ ପାହାଚ ଦେଇ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଥିଲା।

publive-image

ତେବେ ଆଜି ସକାଳୁ ଦ୍ୱାର ଫିଟା ସମୟରେ ଲୋକେ ପ୍ରଥମେ ବାଇଶିି ପାହାଚରେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡକୁ ଭାଙ୍ଗି ଦେବା ସହିତ ସିଂହଦ୍ୱାର ଦେଇ ଜୋର ଜବରଦସ୍ତ ବିନା ଧାଡିରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ମନ୍ଦିର ଭିତରେ ପ୍ରବେଶ କରିଥିଲେ।

publive-image

ପରିସ୍ଥିତି ଏପରି ହୋଇଥିଲା ଯେ କିଏ ବାରିକେର୍ଡ ଉପରେ ଚଢ଼ି ଭିତରକୁ ଗଲାଣି ତ କିଏ ଅନ୍ୟବାଟରେ ଭିତରେ ପଶିଲେଣି। ଲୋକେ ବାରିକେଡ ବ୍ୟବସ୍ଥାକୁ ଭାଙ୍ଗି ଦେଇଥିବା ସୂଚନା ପାଇ ପୁଲିସ ଅଧିକ୍ଷକ ଓ ଜିଲ୍ଲାପାଳ ଶ୍ରୀମନ୍ଦିରରେ ପହଞ୍ଚିି ବାଇଶି ପାହାଚରେ ଭଙ୍ଗାଯାଇଥିବା ବ୍ୟାରିକେଡକୁ ଅନୁଧ୍ୟାନ କରିଛନ୍ତି।

publive-image
ଆଜି ସକାଳେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଲୋକେ ଦିଅଁ ଦର୍ଶନ ପାଇଁ ବିନା ଧାଡ଼ିରେ ମନ୍ଦିରରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ମାତ୍ର ଏହାକୁ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ବିରୋଧ କରି ଲୋକଙ୍କୁ ଧାଡ଼ିରେ ଆସିବାକୁ କହିଥିଲେ। ଏହାକୁ ନେଇ ସୁରକ୍ଷା କର୍ମୀ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା।ଶେଷରେ ଲୋକେ ଜୋର ଜବରଦସ୍ତ ମନ୍ଦିର ଭିତରେ ବିନା ଧାଡିରେ ପ୍ରବେଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe