ରାସ୍ତାରେ ଟ୍ରକ ପାର୍କିଂକୁ ବିରୋଧ

ରାସ୍ତାରେ ଟ୍ରକ ପାର୍କିଂକୁ ବିରୋଧ

ଚମ୍ପୁଆ : ଯୋଡ଼ା ବ୍ଲକ୍‌ ଦେଓଝର ପଞ୍ଚାୟତରେ ଥିବା କାଟାମାଟି ଖଣି ଫାଟକ ସମ୍ମୁଖ ରାସ୍ତାରେ ବେଆଇନ ଭାବେ ଟ୍ରକ୍‌ ଗୁଡ଼ିକ ପାର୍କିଂ କରୁଛନ୍ତି। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ ଖଣି କମ୍ପାନି ଓ ପରିବହନ ସଂସ୍ଥାର ଦୃଷ୍ଟି କରାଯାଇଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଉକ୍ତ ଖଣିକୁ ଖଣିଜ ପରିବହନ ପାଇଁ ଟ୍ରକ୍‌ ଗୁଡ଼ିକ ଆସୁଛନ୍ତି। ପାର୍କିଂସ୍ଥଳ ପରିବର୍ତ୍ତେ ମୁର୍ଗା-ନୂଆମୁଣ୍ତି ରାସ୍ତାର ଉଭୟ ପାର୍ଶ୍ବରେ ପାର୍କିଂ କରୁଛନ୍ତି।

ଫଳରେ ରାସ୍ତାଜାମ ହେବ ସହ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି। ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ସମସ୍ୟାର ସମାଧାନ ପାଇଁ ପରିବହନ ସଂସ୍ଥା ଓ ଗ୍ରାମବାସୀଙ୍କ ମଧ୍ୟରେ ଡିସେମ୍ବର ମାସରେ ଏକ ବୈଠକ ହୋଇଥିଲା। ଇତିମଧ୍ୟରେ ୬ ମାସ ବିତି ଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ ପରିବହନ ସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆସନ୍ତାକାଲିଠାରୁ ରାସ୍ତା ଉପରେ କୌଣସି ଟ୍ରକ୍‌କୁ ପାର୍କିଂ କରାଇ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ବୈଠକ କରି ନିଷ୍ପତ୍ତି ନେଇଛନ୍ତି। ବୈଠକରେ କାଟାମାଟି ମଜଦୁର ସଂଘ ସାଧାରଣ ସମ୍ପାଦକ ବୀର ନାଏକ, ଲକ୍ଷ୍ମଣ ବାରିକ, ଅଶୋକ ନାଏକ, ଗମିଆ ମୁଣ୍ତା, ଭିମଲ ମୁଣ୍ତା, ଦିବାର ମୁଣ୍ତା, ମକରଧ୍ବଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe