ବେତନଟି: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ପ୍ରତିବାଦକାରୀ

ବେତନଟି: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ପ୍ରତିବାଦକାରୀ

ବେତନଟି: ଗୁରୁବାର ସକାଳେ ମୟୂରଭଞ୍ଜ ଜିଲ୍ଲାର ବେତନଟି ବ୍ଲକ୍‌ ଅନ୍ତର୍ଗତ ଧନପୁର ଗ୍ରାମରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ପରିସର ଫାଟକରେ ସ୍କୁଲ୍‌ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀମାନେ ତାଲା ପକାଇ ଦେଇଛନ୍ତି। ଫଳରେ ଦିନ ବେଳା ଦୈନିକ ସ୍କୁଲ୍‌କୁ ପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀ, ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ବାହାରେ ଅପେକ୍ଷା କରି ରହିଛନ୍ତି। ପରିସର ମଧ୍ୟସ୍ଥ ହଷ୍ଟେଲ୍‌ରେ ଥିବା ଛାତ୍ରୀମାନେ ମଧ୍ୟ ଭିତରେ ରହିଯାଇଛନ୍ତି।

ସ୍କୁଲ ପରିଚାଳନା କମିଟି ସୁରୁଖୁରୁରେ ବିଦ୍ୟାଳୟ ପରିଚାଳନା କରୁଥିଲେ ମଧ୍ୟ ବିନା ନୋଟିସ୍‌ରେ କାହିଁକି ତାହାକୁ ରଦ୍ଦ କରାଗଲା ତାହାର ପ୍ରତିବାଦରେ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି।

କାର୍ଯ୍ୟକାଳ ସରିଯାଇଥିବା ଏହି ସ୍କୁଲ୍‌ ପରିଚାଳନା କମିଟିକୁ ରଖାଯିବ କି, ଭଙ୍ଗାଯିବ ସେ ସଂକ୍ରାନ୍ତରେ ପ୍ରଶାସନ ସରପଞ୍ଚଙ୍କ ମତ ଲୋଡ଼ିଥିଲେ। ସରପଞ୍ଚ ଏଥିରେ କୌଣସି ମତାମତ ନ ଦେଇ ଏହାକୁ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ନିଷ୍ପତ୍ତି ଉପରେ ଛାଡ଼ିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe