ତେଜିଲା କମୁଳୁ ବିରୋଧୀ ଆନ୍ଦୋଳନ

Advertisment

ରବି ନନ୍ଦଙ୍କ କୁଶପୁତ୍ତଳିକା ଦାହ / ଜୋରଦାର ଆନ୍ଦୋଳନ ପାଇଁ ଧମକ

ରବି ନନ୍ଦଙ୍କ କୁଶପୁତ୍ତଳିକା ଦାହ / ଜୋରଦାର ଆନ୍ଦୋଳନ ପାଇଁ ଧମକ

ତେଜିଲା କମୁଳୁ ବିରୋଧୀ ଆନ୍ଦୋଳନ

କୋରାପୁଟ : ଜିଲ୍ଲା ଆଦିବାସୀ ସମନ୍ଵୟ ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କମୁଳୁ ଜାନୀଙ୍କ ନିଯୁକ୍ତି ଘୋଷଣା ପରେ ବିବାଦ ବଢ଼ିବାରେ ଲାଗିଛି। ସୋମବାର ବିଜେଡିର ଆଦିବାସୀ ନେତାମାନେ କମୁଳୁଙ୍କ ନିଯୁକ୍ତିଙ୍କୁ ଖୋଲାଖୋଲି ବିରୋଧ କରି ଶୋଭାଯାତ୍ରା କରିବା ସହ ନିଷ୍ପତ୍ତି ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହା ସହିତ କମୁଳୁଙ୍କ ନିଯୁକ୍ତି ପଛରେ ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ହାତ ଥିବା ଅଭିଯୋଗ କରି ତାଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି।

ଉଲ୍ଲେଖ ଥାଉ କି, ଆଦିବାସୀ ସମନ୍ଵୟ ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କମୁଳୁଙ୍କ ନାମ ଘୋଷଣାର ଦିନକ ପରେ କୋରାପୁଟରେ ବିରୋଧର ସ୍ୱର ଉଠିଥିଲା। ଜିଲ୍ଲାର ଆଦିବାସୀ ସମାଜ ଓ ବିଜେଡିର କିଛି ଆଦିବାସୀ ନେତା ଖୋଲାଖୋଲି କମୁଳୁଙ୍କୁ ବିରୋଧ କରିଥିଲେ। ଏପରିକି ବିଦ୍ରୋହ କରିବାରୁ ଧମକ ଦେଇଥିଲେ। ଏପଟେ କମୁଳୁ ସଭାପତି ଥିବା ଜିଲ୍ଲା ପରଜା ସମାଜ ମଧ୍ୟ ତାଙ୍କୁ ବିରୋଧ କରିଥିଲା। ସମାଜର ସଭାପତି ଭାବେ ରହି ସେ କୌଣସି ରାଜନୈତିକ ଦଳରେ ସିଧାସଳଖ ମିଶିବାକୁ ସମାଜ ଗ୍ରହଣ କରିପାରିନଥିଲା। ତେଣୁ ତାଙ୍କୁ ପଦରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲା। ଏପରି ଭାବେ କମୁଳୁଙ୍କ ସମସ୍ୟା ବଢ଼ି ଚାଲିଥିଲା ବେଳେ ଆଜି ବିଜେଡିର ଶହ ଶହ ଆଦିବାସୀ ନେତା ଓ କର୍ମୀ କମୁଳୁଙ୍କ ବିରୋଧରେ ଶୋଭାଯାତ୍ରା କରିଛନ୍ତି। କମୁଳୁ ନ ହଟିବା ଯାଏଁ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଶୋଭାଯାତ୍ରା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆଙ୍କୁ ପ୍ରଦାନ କରିଥିଲେ। ଏଥିରେ ଦର୍ଶଇଥିଲେ ଯେ, କମୁଳୁଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣର୍ ପଦବିରେ ବସାଇବା ଦ୍ୱାରା ଜିଲ୍ଲାର ହଜାର ହଜାର ଆଦିବାସୀ ଓ ବିଜେଡି ସମର୍ଥକ ନିରାଶ ହୋଇଛନ୍ତି। ବିଜେଡିରେ ବହୁ ଆଦିବାସୀ ନେତା ଦୀର୍ଘ ଦିନ ହେଲା ତୃଣମୂଳ ସ୍ତରରେ କାମ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରି ବାହାରୁ ଆସିଥିବା ଜଣେ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଗଲା। ଏହା ଦ୍ୱାରା ଆଦିବାସୀ କର୍ମୀଙ୍କ ସହ ବିଶ୍ୱାସଘାତକତା କରାଯାଇଛି। କମୁଳୁଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଥିଲେ ମଧ୍ୟ ଏହାକୁ ଅଣଦେଖା କରି ଗୁରୁତ୍ୱପୂର୍ଣ୍ଣ ପଦରେ ବସାଯାଇଥିବାରୁ ଦଳକୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। କମୁଳୁଙ୍କୁ ଏହି ପଦରୁ ବହିଷ୍କାର କରିବା ପାଇଁ ଜିଲ୍ଲାର ହଜାର ହଜାର ଆଦିବାସୀ ଚାହୁଛନ୍ତି। ମୁଖ୍ୟମନ୍ତ୍ରୀ ଏ କ୍ଷେତ୍ରରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ। ଏପରିକି ଜିଲ୍ଲାରେ ଚକଅଖ ବନ୍ଦ କରି ଦିଆଯିବ ବୋଲି ସେମାନେ କହିଛନ୍ତି।

ସେହିପରି କମୁଳୁ ଜାନୀଙ୍କ ଏହି ନିଯୁକ୍ତି ପଛରେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ ଥିବା ଅଭିଯୋଗ କରିଥିଲେ ଦଳର ବହୁ ଆଦିବାସୀ ନେତା। କହିଥିଲେ, ଶ୍ରୀ ନନ୍ଦଙ୍କ ମନ୍ତ୍ରଣାରେ ଏପରି ନିଷ୍ପତ୍ତି ନିଆଯାଇଛି। ତେଣୁ ତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହା ପୂର୍ବରୁ ରବି ନନ୍ଦଙ୍କ କୁଶ ପୁତ୍ତଳିକାକୁ ଚପଲ ମାଳ ପିନ୍ଧାଇବା ସହ ଚପଲରେ ପିଟିଥିଲେ। ଦଳର ଆଦିବାସୀ ନେତାମାନେ କହିଛନ୍ତି ଯେ, କମୁଳୁଙ୍କୁ ଏହି ପଦରୁ ନ ହଟାଇଲେ ଆଗାମୀ ଦିନରେ ରାଜ୍ୟସ୍ତରୀୟ ନେତାଙ୍କୁ କୋରାପୁଟରେ ପୂରାଇ ଦେବେନି। ଆଜିର ଏହି ବିକ୍ଷୋଭ ଶୋଭାଯାତ୍ରାରେ ଜିଲ୍ଲା ଆଦିବାସୀ ସମାଜର ସଭାପତି ଦାମୋଦର ଜାନୀ, ସମ୍ପାଦକ ପଦ୍ମନାଭ ଜାନୀ, ଜିଲ୍ଲା ପରିଷଦ ସଭ୍ୟ ଡୁମୁରି ଖିଲ, ପାକଝୋଲା ସରପଞ୍ଚ ରାମ ପାଢ଼ୀ, ଦୀନବନ୍ଧୁ ହନ୍ତାଳ, ସନା ଜାନୀ, ଭଗବାନ ମୁଦୁଲି, ଶିବ ମୁଦୁଲି, ଦିନେଶ ଖରା ଓ ବିନେଇ ସାଉଁନ୍ତା ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe