କିନ୍ନର ବିଲ୍‌କୁ ବିରୋଧ କରି ବିକ୍ଷୋଭ

Advertisment
କିନ୍ନର ବିଲ୍‌କୁ ବିରୋଧ କରି ବିକ୍ଷୋଭ

ଭୁବନେଶ୍ୱର : ସୋମବାର ସଂସଦରେ ଆସିବାକୁ ଥିବା ତୃତୀୟ ଲିଙ୍ଗୀ ବିଲ୍‌ରେ ନାଲ୍‌ସ ଜଜମେଣ୍ଟକୁ ଗରୁତ୍ୱ ଦିଆଯାଇନଥିବାରୁ ଆଜି ଏହାକୁ ବିରୋଧ କରି ଟିଜି ସୁରକ୍ଷା ଟ୍ରଷ୍ଟ, ବ୍ରାଇଟ୍‌ ଲାଇଫ୍‌ ଓ୍ଵଲଫେୟାର ଚାରିଟେବୁଲ ଟ୍ରଷ୍ଟ ଆଦି ସଂଗଠନ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏ ନେଇ ସଭାପତି ସୁଇଟି କିନ୍ନର କହିଛନ୍ତି, ସୁପ୍ରିମକୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ ଆମକୁ ଆନନ୍ଦ ଦେଇଥିଲା। ମାତ୍ର ୨୦୧୪ ରେ ସଂସଦରେ ଆସିଥିବା ତୃତୀୟ ଲିଙ୍ଗୀ ବିଲ୍‌ର ବହୁ ଅଂଶକୁ ଏହି ବିଲ୍‌ରେ କାଟି ଦିଆଯାଇଛି। ନାଲ୍‌ସ ଜଜମେଣ୍ଟରେ ଥିବା ସଂରକ୍ଷଣ, ରୋଜଗାର ଭଳି ସୁବିଧା କିନ୍ନରଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ଏହି ବିଲ୍‌ରେ ନାହିଁ। ଏହା କେନ୍ଦ୍ର ସରକାରଙ୍କର ଏକ ଚକ୍ରାନ୍ତ। ତୃତୀୟ ଲିଙ୍ଗୀ କମିସନ୍‌ ଗଠନ, ନିର୍ବାଚନରେ ସ୍ଥାନ ସଂରକ୍ଷଣ ପରି ଗୁରୁତ୍ୱପୂର୍ଣ୍ଣ ଦାବି ଏହି ବିଲ୍‌ରେ ନାହିଁ। କେନ୍ଦ୍ର ସରକାର ଏପରି ବିଲ୍‌ ପାରିତ କରିବାରୁ ନିବୃତ୍ତ ରୁହନ୍ତୁ ବୋଲି ସାରା ଦେଶର କିନ୍ନରମାନେ ଦାବି କରିଛନ୍ତି। ଏହି ବିକ୍ଷୋଭରେ କିନ୍ନର ମହାସଂଘର ସଭାପତି ପ୍ରତାପ ସାହୁ, ମେନକା କିନ୍ନର, ସୁଇଟି କିନ୍ନର, ରୀନା କିନ୍ନର, ଗୁଡ୍‌ଲୀ କିନ୍ନର ଓ ପ୍ରିୟା କିନ୍ନର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe