ଦରଦାମ ବୃଦ୍ଧି ନିୟନ୍ତ୍ରଣ ଦାବିରେ ବିକ୍ଷୋଭ

Advertisment
ଦରଦାମ ବୃଦ୍ଧି ନିୟନ୍ତ୍ରଣ ଦାବିରେ ବିକ୍ଷୋଭ

ଭଦ୍ରକ: ଅତ୍ୟାବଶ୍ୟକ ସାମଗ୍ରୀ ଯଥା; ପେଟ୍ରୋଲ୍‌, ଡିଜେଲ୍‌, ଜାଳେଣି ଗ୍ୟାସ୍‌, ଡାଲି, ଖାଇବା ତେଲ, ଔଷଧ, କପଡ଼ା, ପାଠ୍ୟଉପକରଣ ଆଦିର ଦର ନିୟନ୍ତ୍ରଣ କରିବା, ଶିକ୍ଷିତ ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦେବା, ସରକାରୀ ସଂପତ୍ତି ବିକ୍ରି ବନ୍ଦ କରିବା, ଦେଶରେ ସାଂପ୍ରଦାୟିକ ହିଂସାକାଣ୍ଡ ବନ୍ଦ କରିବା ଆଦି ଦାବି ନେଇ ସିପିଏମ୍‌, ସିପିଆଇ, ସିପିଆଇଏମ୍‌ଏଲ୍‌ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ମିଳିତ ଭାବେ ବିକ୍ଷୋଭ ଓ ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ବନ୍ତ ଛକଠାରୁ ବାହାରି ଭଦ୍ରକ ସହର ପରିକ୍ରମା କରିଥିଲା।

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ହୋଇଥିଲା। ଏଥିରେ ସିପିଏମ୍‌ର ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ରଶେଖର ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମ୍‌ଏଲ୍‌ର ଜିଲ୍ଲା ସଂପାଦକ ସମର ବଳଙ୍କ ସହ ସିପିଏମ୍‌ ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଏମ୍‌ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ଦାଶ, ପ୍ରଭାସ ମହାପାତ୍ର, ରାଧା ଦାସ, ସିପିଏମ୍‌ ଜିଲ୍ଲା କମିଟି ସଦସ୍ୟ ବିକାଶ ନାଥ, ବରିଷ୍ଠ ନେତା ନାରାୟଣ ଦାଶ, ରମେଶ ସାହୁ, ଜୟନୁଲ ଆବେଦନ, ଅଶୋକ ବେହେରା, ଘନଶ୍ୟାମ ଦାସ, ଗଣତାନ୍ତ୍ରିକ ଯୁବ ଫେଡେରସନ୍‌ର ଭଦ୍ରକ ଜିଲ୍ଲା ସଭାପତି ବିନୋଦ ସାହୁ, ଭାରତ ଛାତ୍ର ଫେଡେରେସନ୍‌ର ଭଦ୍ରକ ଜିଲ୍ଲା ସଭାପତି ଷ୍ଟାଲିନ ଟିଟନ ଲେଙ୍କା, ଅଖିଳ ଭାରତ ଯୁବ ସଂଘର ପୂର୍ବତନ ରାଜ୍ୟ ସଭାପତି ସଦାନନ୍ଦ ସାହୁ, ବରିଷ୍ଠ ନେତା ରମେଶ ଯେନା, ବନ୍ତ ପଞ୍ଚାୟତର ସମିତି ସଭ୍ୟ ପରମେଶ୍ବର ବାରିକ, ସନ୍ଥ ଚରଣ ବିଶ୍ବାଳ, ମହିଳା ନେତ୍ରୀ ଜୟନ୍ତୀ ବିଶ୍ବାଳ, ଗାୟତ୍ରୀ ବେହେରା, ଆରତୀ ଯେନା, ଗୟାଧର ଶେଣ, ପାଣ୍ଡବ ଯେନା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଲଢ଼େଇ ଜାରି ରଖିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ବାମପନ୍ଥୀ କର୍ମୀ ଓ ଜନସାଧାରଣ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe