ଫଳ, ପନିପରିବାକୁ ବଜାର ଯୋଗାଅ; ବିଧାନସଭାରେ ଦାବି ଉଠିଲା

କନ୍ଦମୂଳ ଉତ୍ପାଦନରେ ୧, ବାଇଗଣ ଓ ବନ୍ଧାକୋବିରେ ୨: ମନ୍ତ୍ରୀ

ପୁଣି ବଢ଼ିଲା ଦରଦାମ୍, ସୀମା ଟପିଲା ଖୁଚୁରା ମୁଦ୍ରାସ୍ଫୀତି

iStock

ଭୁବନେଶ୍ବର : ରାଜ୍ୟରେ ଫଳ, ପନିପରିବାର ଉତ୍ପାଦନ କରିଦେଲେ ହେବ ନାହିଁ। ତାହାକୁ ବଜାର ଯୋଗାଇବା ସବୁଠାରୁ ବଡ଼ କାର୍ଯ୍ୟ। ବଜାର ନ ମିଳିଲେ ଚାଷୀ ଲାଭ ପାଇବନି। ଫଳରେ ଚାଷ କରିବ କେମିତି? ରାଜ୍ୟରେ ବଜାର ବ୍ୟବସ୍ଥା ନଥିବାରୁ ଚାଷୀ ତାଙ୍କ ଉତ୍ପାଦିତ ପରିବାକୁ ରାସ୍ତାରେ ଫିଙ୍ଗୁଛନ୍ତି। ସରକାର ଏ ଦିଗରେ ଠୋସ୍ ପଦକ୍ଷେପ ନେବାକୁ ଆଜି ବିଧାନସଭାରେ ବିଧାୟକମାନେ ଦାବି କରିଛନ୍ତି।

କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ଉଦ୍ୟାନ କୃଷି ସଂକ୍ରାନ୍ତରେ ଏକ ମୂଳ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ରାଜ୍ୟରେ ଉଦ୍ୟାନ କୃଷି ସଫଳତାର ସହିତ କୃଷକମାନଙ୍କ ନିକଟରେ ପହଞ୍ଚିପାରିଛି। ଆମ ରାଜ୍ୟ କନ୍ଦମୂଳରେ ପ୍ରଥମ, ବାଇଗଣ ଓ ବନ୍ଧାକୋବିରେ ଦ୍ବିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜରେ ପଞ୍ଚମ ସ୍ଥାନ ଅଧିକାର କରିଛି। ଗତ ୧୦ ବର୍ଷ ମଧ୍ୟରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ସାଢ଼େ ତିନି କୋଟି ଚାରା ଯୋଗାଇ ଦେଇଛି। ଫଳ ଓ ପନିପରିବାର ବିକ୍ରି ମୂଲ୍ୟ ବଜାରର ସ୍ଥିତି ଉପରେ ନିର୍ଭର କରେ। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ବାରା ଲଗାଯାଉଥିବା ଫଳ ଗଛ ପାଇଁ ଆବଶ୍ୟକ ପଡ଼ୁଥିବା ଖତ ଓ ସାର ଚଳିତ ବର୍ଷ ଓଡ଼ିଶା କୃଷି ଶିଳ୍ପ ନିଗମ ଜରିଆରେ ଓ ପୌରପାଳିକା ଠାରୁ କିଣାଯାଉଛି।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ବାହିନୀପତି ସାର ନାଁରେ ଖାଲି କଳାମାଟି ଚାଷୀଙ୍କୁ ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ। ଅତିରିକ୍ତ ପ୍ରଶ୍ନ ପଚାରି ପ୍ରଦୀପ ଦିଶାରୀ ଲାଞ୍ଜିଗଡ଼ରେ ଆମ୍ବ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା ପାଇଁ କହିଥିଲେ। ରମେଶ ଚନ୍ଦ୍ର ବେହେରା ଢିପ ଜମିରେ ସମନ୍ବିତ ଚାଷ ଉପରେ ଗୁରୁତ୍ବ ଦେଇଥିଲେ। ବିଷ୍ଣୁ ସେଠୀ ରାଜ୍ୟରେ ଯଥେଷ୍ଟ ଶତଳ ଭଣ୍ଡାର ନଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଅମର ଶତପଥୀ ଜୈବିକ ସାରକୁ ପ୍ରୋତ୍ସାହନ ଦେବା ପାଇଁ କହିଥିଲେ। ସୁରେଶ ରାଉତରାୟ ଡେରାସ୍ ଫାର୍ମର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। କୁସୁମୁ ଟେଟେ ନିଜ ଅଞ୍ଚଳରେ ଉଦ୍ୟାନ କୃଷି ସମସ୍ୟା ସମ୍ପର୍କରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe