ଦିବ୍ୟାଙ୍ଗମାନଙ୍କର ସୁଗମ ଯାତାୟାତ ପାଇଁ ସ୍କୁଟି ପ୍ରଦାନ

ଦିବ୍ୟାଙ୍ଗମାନଙ୍କର ସୁଗମ ଯାତାୟାତ ପାଇଁ ସ୍କୁଟି ପ୍ରଦାନ

ଝାରସୁଗୁଡ଼ା: ଜିଲ୍ଲାପାଳ ସରୋଜ କୁମାର ସାମଲ ୭ ଜଣ ଦିବ୍ୟାଙ୍ଗ ବ୍ୟବସାୟୀ ଓ ତାଙ୍କ ପରିବାରର ମୁଖ୍ୟ ଆୟକର୍ତ୍ତାଙ୍କର ନିତ୍ୟ ସୁଗମ ଯାତାୟାତ ନିମନ୍ତେ ଦିବ୍ୟାଙ୍ଗ ସ୍ଵତନ୍ତ୍ର ଉପକରଣ ଖଞ୍ଜା ହୋଇଥିବା ସ୍କୁଟି ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସାମଲ ଚଳିତ ବର୍ଷ ପାଇଁ ୧୦ଟି ସ୍କୁଟି ଦିବ୍ୟାଙ୍ଗ ମାନଙ୍କ ପାଇଁ ମଞ୍ଜୁର କରିଥିଲେ। ତନ୍ମଧ୍ୟରୁ ଲଖନପୁର ବ୍ଲକ ଅନ୍ତର୍ଗତ ୦୩ ଜଣ ଦିବ୍ୟାଙ୍ଗଙ୍କୁ ଜାନୁଆରି ୯ତାରିଖରେ ଲଖନପୁର ସଦର ବ୍ଲକଠାରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମରେ ୩ଟି ସ୍ବତନ୍ତ୍ର ସ୍କୁଟି ପ୍ରଦାନ କରିଥିଲେ।

ଝାରସୁଗୁଡା ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଦିବ୍ୟାଙ୍ଗମାନଙ୍କୁ ସ୍ବାବଲମ୍ବୀ ହେବାରେ ପ୍ରେରଣା ଦେବା ସହ ଏହାକୁ ଜିଲ୍ଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ପୁରୁଷ ହକି ବିଶ୍ୱକପ ୨୦୨୩ ଉପଲକ୍ଷେ ଆୟୋଜିତ ଏହି  କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଙ୍କେଶ୍ଵର ଅମାତ, ପ୍ରବନ୍ଧକ ନିର୍ଦ୍ଦେଶକ(ପୁନର୍ବାସ ଓ ଥଇଥାନ) ଆଲୋମଣି ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପାଲଷ୍ମୀ ହୋତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଭା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe