୪ ଦିନିଆ ରିମାଣ୍ଡରେ ବିରଞ୍ଚି ସାହୁ: ସଞ୍ଚୟ ଟଙ୍କାଠୁ ଆରମ୍ଭ କରି ଆଡମିଟ କାର୍ଡ ମିଳିବା ଉପରେ କରାଯିବ ପ୍ରଶ୍ନ

୪ ଦିନିଆ ରିମାଣ୍ଡରେ ବିରଞ୍ଚି ସାହୁ: ସଞ୍ଚୟ ଟଙ୍କାଠୁ ଆରମ୍ଭ କରି ଆଡମିଟ କାର୍ଡ ମିଳିବା ଉପରେ କରାଯିବ ପ୍ରଶ୍ନ

ଭୁବନେଶ୍ବର: ଚାକିରି ବିକ୍ରି ରାକେଟର ଗୁମର ଖୋଲିବ ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ସମ୍ପତ୍ତିର ଖୋଳତାଡ଼ କରିବ ଭିଜିଲାନ୍ସ । ବେଆଇନ ଆୟର ଉତ୍ସ ଓ ନିଯୁକ୍ତି ଜାଲିଆତି ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ।

ଆଜିଠାରୁ ତାଙ୍କୁ ଭିଜିଲାନ୍ସ ଜେରା କରିବା ଆରମ୍ଭ କରିବାକୁ ଥିବା ବେଳେ ବିରଞ୍ଚିଙ୍କ ଆୟବହିର୍ଭୁତ ସମ୍ପତ୍ତିର ତାଲିକା ଆହୁରି ବଢ଼ିପାରେ ବୋଲି ଆଶା କରାଯାଉଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟର ହିସାବ ଚାଲିଥିବା ବେଳେ ଏତେ ସବୁ ଟଙ୍କା କିଏ ଦେଇଥିଲା ଆଉ କାହିଁକି ତା'ର ଉତ୍ତର ରଖିବ ବିରଞ୍ଚି। ସଞ୍ଚୟ କରିଥିବା ଟଙ୍କା ପାଖରୁ ଆରମ୍ଭ କରି ଆଡମିଟ କାର୍ଡ ମିଳିବା ଉପରେ ବିରଞ୍ଚିକୁ ପଚରାଉଚରା କରିବ ଭିଜିଲାନ୍ସର ସ୍ୱତନ୍ତ୍ର ତଦନ୍ତ କରୁଥିବା ଟିମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe