ଗୋଷ୍ଠୀ ସଂଘର୍ଷ ଘଟଣାରେ ଜଣେ ମୃତ: ମୃତଦେହ ରଖି ଫାଣ୍ତି ଘେରିଲେ ମୃତକଙ୍କ ପରିବାର

Advertisment
ଗୋଷ୍ଠୀ ସଂଘର୍ଷ ଘଟଣାରେ ଜଣେ ମୃତ: ମୃତଦେହ ରଖି ଫାଣ୍ତି ଘେରିଲେ ମୃତକଙ୍କ ପରିବାର

ବ୍ରହ୍ମବରଦା: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅଧୀନ ବ୍ରହ୍ମବରଦା ପଞ୍ଚାୟତ ୱାର୍ଡ ନମ୍ବର ୧୨ ଦଳିତ ସାହିରେ ଜମିବାଡ଼ି ବିବାଦକୁ ନେଇ ଅଶାନ୍ତି ବଢ଼ିବାରେ ଲାଗିଛି। ଏହି ଗୋଷ୍ଠୀ ସଂଘର୍ଷ ଘଟଣାରେ ଗତକାଲି କଟକରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କ ମୃତ୍ୟୁ ହେବା ପରେ ଆଜି ବ୍ରହ୍ମବରଦା ଫାଣ୍ତି ଘେରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକ। ମୃତ ଯୁବକ ହେଲେ ଗଣେଶ୍ବର ସେଠୀଙ୍କ ପୁଅ ଅମରନାଥ ସେଠୀ (୩୩)। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ନ୍ୟାୟ ଦାବିରେ ଆଜି ଅପରାହ୍‌ଣରେ ଫାଣ୍ତି ସମ୍ମୁଖରେ ଶବ ରଖି ଧାରଣାରେ ବସିଥିଲେ।
ଅଭିଯୁକ୍ତ ପରିବାରର ସମସ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ମୃତ ଯୁବକଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ। ମୃତକଙ୍କ ପରିବାରର ଗିରଫ ବ୍ୟକ୍ତି ବଳରାମ ସେଠୀଙ୍କୁ ମୁକ୍ତ କରିବାକୁ ମଧ୍ୟ ସେମାନେ ଦାବି ଜଣାଇଥିଲେ। ଧାରଣାର କିଛି ସମୟ ପରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe