ମୟୂରଭଞ୍ଜ ଜିଲ୍ଲାରେ କୃଷକଙ୍କର ଆୟ ବୃଦ୍ଧି ନେଇ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସହିତ ସାଂସଦ’ଙ୍କ ସମୀକ୍ଷା

Advertisment

ସହଜରେ ଋଣ ଉପଲବ୍ଧ କରିବା ନେଇ ଗୁରୁତ୍ୱାରୋପ

ସହଜରେ ଋଣ ଉପଲବ୍ଧ କରିବା ନେଇ ଗୁରୁତ୍ୱାରୋପ

ମୟୂରଭଞ୍ଜ ଜିଲ୍ଲାରେ କୃଷକଙ୍କର ଆୟ ବୃଦ୍ଧି ନେଇ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସହିତ ସାଂସଦ’ଙ୍କ ସମୀକ୍ଷା

ବାରିପଦା : କୃଷକ ଏବଂ ଯୁବଗୋଷ୍ଠୀଙ୍କର ଆୟ ବୃଦ୍ଧି ନେଇ ଜିଲ୍ଲାରେ ଥିବା ବିଭିନ୍ନ ଲିଡ୍ ବ୍ୟାଙ୍କର ଅଧିକାରୀଙ୍କ ସହିତ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡ଼ୁ ଏକ ବୈଠକରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାବଲମ୍ବୀ ଭାରତ ସ୍ୱପ୍ନକୁ ସାକାର କରିବା ନେଇ ଜିଲ୍ଲାର ଲିଡ ଜୋନାଲ ମ୍ୟାନେଜର ଏବଂ ବିଭିନ୍ନ ବ୍ୟାଙ୍କ ସମୂହର ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ନେଇ ସ୍ଥାନୀୟ ବାରିପଦା ପ୍ରଦକ୍ଷଣ ଗୃହରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ମୟୂରଭଞ୍ଜ ଭଳି ଏକ ବୃହତ ଆଦିବାସୀ ବହୁଳ ଜିଲ୍ଲାରେ କିଛି କଳକାରଖାନା ନ ଥିବାରୁ ଜିଲ୍ଲା ଏବଂ ଜିଲ୍ଲାବାସୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇ ପାରିନାହିଁ । ନିଜେ ସ୍ୱାବଲମ୍ବୀ ହୋଇପାରିଲେ ଜିଲ୍ଲା, ରାଜ୍ୟ ଓ ଦେଶର ଅଭିବୃଦ୍ଧି ହୋଇପାରିବ । ଏଦିଗରେ ବ୍ୟାଙ୍କ ସମୂହର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିନିମନ୍ତେ ସମସ୍ତ ବ୍ୟାଙ୍କର ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ସାଂସଦ ଶ୍ରୀ ଟୁଡ଼ୁ ଆଲୋଚନାରେ ମତପୋଷଣ କରିଥିଲେ । ଏଣୁ ଆଗାମୀ ଦିନରେ ସ୍ୱରୋଜଗାର ଏବଂ କୃଷକମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ସମୂହ ନିଜ ନିଜର ପ୍ରକ୍ରିୟାକୁ ସରଳ ଓ ତ୍ୱରାନ୍ବିତ କରାଇ ଜନସାଧାରଣଙ୍କୁ କିପରି ସହଜରେ ଋଣ ମିଳିପାରିବ ସେଦିଗରେ ଅଧିକ ଯତ୍ନବାନ ହେବା ନିମନ୍ତେ ପରାମର୍ଶ ଦେଇଥିଲେ ।

ଭାରତ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏମଏସଏମଇ, ପିଏମଇଜିପି, କୃଷି, ,ମତ୍ସ୍ୟ ଚାଷ, ପଶୁପାଳନ, ଉଦ୍ୟାନକୃଷି ଆଦି ସହିତ ସ୍ୱଦେଶୀ ଜିନିଷ ନିର୍ମାଣ ନିମନ୍ତେ ବ୍ୟାଙ୍କ ସମୂହ ଋଣ ଯୋଗାଇ ଦେଲେ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ସାଂସଦ ଶ୍ରୀ ଟୁଡ଼ୁ ମତବ୍ୟକ୍ତ କରିଥିଲେ । ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା, ବ୍ୟାଙ୍କରେ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଖୋଲିବା ନିମନ୍ତେ ସମୀକ୍ଷା ବୈଠକରେ ସାଂସଦ ବ୍ୟାଙ୍କର ଉଚ୍ଚପଦସ୍ଥ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସାଂସଦଙ୍କ ବ୍ୟାଙ୍କ ପ୍ରତିନିଧି ହେମନ୍ତ ଶାହା ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe