କଟକରେ ନିରାଶ୍ରୟ ଏବଂ ମଜୁରିଆଙ୍କୁ ଟାର୍ଗେଟ କରି ବୁଲୁଛି ସାଇକୋ କିଲର, ୨୪ଘଣ୍ଟା ମଧ୍ୟରେ ଗଡ଼ାଇଲାଣି ତିନିଟି ମୁଣ୍ଡ

Advertisment

ସହରରେ ଭୟର ବାତାବରଣ

ସହରରେ ଭୟର ବାତାବରଣ

କଟକ: କଟକରେ ସାଇକୋ କିଲର ବୁଲୁଥିବା ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। ଏହି ସାଇକୋ କିଲର ଯାହାକୁ ପାଉଛି ଯିଏ ସାମ୍ନାକୁ ଆସୁଛି ତାକୁ ହାଣୁଛି। ୨୪ ଘଣ୍ଟାରେ ମଧ୍ୟରେ ସାଇକୋ କିଲର ତିନିତିନି ଜଣଙ୍କ ଜୀବନ ନେଇଥିବା ଖବର ମିଳିଛି।

ଦିନ ଦ୍ୱିପ୍ରହରେ କଟକରୁ ଏଭଳି ଛାତିଥରା ହତ୍ୟାକାଣ୍ଡର ଖବର ଆସିବା ପରେ ସିଲଭର ସିଟି ସ୍ତବ୍ଧ ହୋଇଯାଇଛି। ତେବେ ଏଭଳି ହତ୍ୟାକାଣ୍ଡ କୌଣସି ଗ୍ୟାଙ୍ଗଷ୍ଟାର କିମ୍ବା ବଡ ଅପରାଧୀ ଘଟାଇନି ବରଂ ମାନସିକ ସ୍ଥିତି ଠିକ୍‌ ନଥିବା ଜଣେ ଲୋକ ବିଭତ୍ସ ହତ୍ୟାର ପ୍ଲଟ ରଚିଛି ।

publive-image

ତେବେ ସବୁଠାରୁ ବଡ଼ କଥା ହେଉଛି ତିନୋଟି ଯାକ ଘଟଣାରେ ଗୋଟିଏ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଛି ଏବଂ ସମସ୍ତଙ୍କର ଗୋଟିଏ ପ୍ରକାର ହତ୍ୟା ହୋଇଛି । ଅର୍ଥାତ ସମସ୍ତଙ୍କର ଗଳାକାଟି ହତ୍ୟା କରାଯାଇଛି । ଆଉ ଏହି ସବୁ ହତ୍ୟାକାଣ୍ଡରେ ସାଇକୋ କିଲର ସଂପୃକ୍ତି ଥିବା ସନ୍ଦେହ କରୁଛି ପୁଲିସ୍‌ । କଟକ ଓଏମପି ଛକରେ ୨ଟି ଏବଂ ରାଣୀହାଟ ଛକରେ ଗୋଟିଏ ମୁଣ୍ଡ ସହ ମୋଟ ୩ଟି ମୁଣ୍ଡ ଗଡିବା ପରେ ସାରା ସହରରେ ଆତଙ୍କ ଖେଳି ଯାଇଛି ଆଉ ସହରବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଏକ ଭୟର ବାତାବରଣ ।

ତେବେ ସାଇକୋ କିଲର ଟାର୍ଗେଟ୍‌ରେ ନିରାଶ୍ରୟ ଏବଂ ମଜୁରିଆ ରହିଥିବା କଥା କୁହାଯାଉଛି। ରାସ୍ତାକଡ଼ରେ ରହୁଥିବା ଲୋକଙ୍କୁ ନିର୍ମମ ଭାବେ ଆକ୍ରମଣ କରୁଛି ଏହି ସାଇକୋ କିଲର୍‌ । ଯେଉଁମାନେ ସବୁ ନିରାଶ୍ରୟ ଆଉ ରାସ୍ତା କଡରେ ମୁଣ୍ଡ ଗୁଞ୍ଜୁଛନ୍ତି ସେମାନଙ୍କୁ ହତ୍ୟା କରୁଛି ସାଇକୋ କିଲର ।

publive-image

ନିରାଶ୍ରୟ ମଣିଷ ଏ ଛାତିଥରା ଘଟଣା ଶୁଣିବା ପରେ ତାଙ୍କ ଛାତିରେ ଛନକା ପଶିଛି । କେମିତି ସେମାନେ ରାତି କାଟିବେ ସେଇ ଚିନ୍ତାରେ ସେମାନଙ୍କୁ ଘାରିଥିବା ବେଳେ ସାଇକୋ କିଲରକୁ ଧରିବା ପୁଲିସ୍‌ ପାଇଁ ଏକ ବଡ ଆହ୍ଵାନ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe