ଜିଲ୍ଲାପାଳ କାର୍ଯ୍ୟାଳୟକୁ ସାଧାରଣ‌ ଲୋକଙ୍କ ପ୍ରବେଶ ମନା

Advertisment
ଜିଲ୍ଲାପାଳ କାର୍ଯ୍ୟାଳୟକୁ ସାଧାରଣ‌ ଲୋକଙ୍କ ପ୍ରବେଶ ମନା

ଯାଜପୁରସଦର :କରୋନା ଭୟାବହତା ବଢ଼ୁଥିବାରୁ ଏବେ ସରକାରୀ କର୍ମଚାରୀଙ୍କ ସୁରକ୍ଷା ଦୃ‌‌ଷ୍ଟିରୁ ସାଧାରଣ ଲୋକମାନଙ୍କୁ ସରକାରୀ କାର୍ଯ୍ୟାଳୟକୁ ବାରଣ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ‌ସୋମବାର ହଠାତ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରିଦିଆଯାଇଛି। କୌଣସି ପୂର୍ବ ସୂଚନା ନଦେଇ ବନ୍ଦ କରି ଦିଆଯିବାରୁ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିବା ଶହଶହ ଲୋକ, ସହାୟତା ପାଇଁ ଆସିଥିବା ‌ରୋଗୀ ନିରାଶ ହୋଇ ଫେରିଥିଲେ। ଅନ୍ୟପଟେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଅଭିଯୋଗ ବାକ୍ସ ରଖାଯାଇଛି। କାର୍ଯ୍ୟାଳୟକୁ ପ୍ରବେଶ ଅନୁମତି ନ ମିଳିବାଯାଏ ନିଜନିଜର ଅଭିଯୋଗ ଏହି ବାକ୍ସରେ ପକାଇବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe