ପବ୍ଲିକ୍‌ ଆକାଉଣ୍ଟସ୍ କମିଟିର ଶ୍ରୀମନ୍ଦିର ପରିଦର୍ଶନ

Advertisment
ପବ୍ଲିକ୍‌ ଆକାଉଣ୍ଟସ୍ କମିଟିର ଶ୍ରୀମନ୍ଦିର ପରିଦର୍ଶନ

ପୁରୀ : ଷୋଡଶ ଲୋକସଭାର ପବ୍ଲିକ ଆକାଉଣ୍ଟସ୍ କମିଟିର ସଦସ୍ୟମାନେ ଆଜି ପୁରୀ ଆସି ଶ୍ରୀମନ୍ଦିର ପରିଦର୍ଶନ କରିବା ସହିତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। କମିଟର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅଧୀର ‌ରଂଜନ ଚୌଧୁରୀଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ୍ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତାଙ୍କ ସହିତ ଡକ୍ଟର ସତ୍ୟପାଲ ସିଂହ, ସାଂସଦ ଦର୍ଶନ ଜରଦୋଶ ପ୍ରମୁଖ ସାମିଲ ହୋଇଥିଲେ। ଏହି କମିଟି ମହାପ୍ରଭୁଙ୍କ ଦର୍ଶନ ସାରି ପୁରୀ ବେଳାଭୂମି ବୁଲି ଦେଖିଥିଲେ। ତେବେ ବେଳାଭୂମିର ସଫାସୁତରା ଦେଖି ପ୍ରଶଂସା କରିଥିଲେ। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ପରିଦର୍ଶନ କରିଥିଲେ। ସୁଦର୍ଶନଙ୍କୁ ପ୍ରଶଂସା କରି ସତ୍ୟପାଲ ସିଂହ ଟ୍ବିଟ୍ ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe