ଉପର ଖଣ୍ଡାଧାରରେ ରାଉରକେଲା ପୁଲିସ୍ ଜିଲ୍ଲା ପକ୍ଷରୁ ଜନ ସମ୍ପର୍କ ଶିବିର

ଉପର ଖଣ୍ଡାଧାରରେ ରାଉରକେଲା ପୁଲିସ୍ ଜିଲ୍ଲା ପକ୍ଷରୁ ଜନ ସମ୍ପର୍କ ଶିବିର

sambad.in Sundargarh

କୋଇଡା: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଟେନସା ଫାଣ୍ଡି ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ଓ. ଏମ୍. ସି କୁରମିତର ଖଣି ନିକଟସ୍ଥ ପଡ଼ିଆ ଠାରେ ଆଜି ରାଉରକେଲା ପୁଲିସ୍ ଜିଲ୍ଲା ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୋକଙ୍କୁ ସଚେତନତା କରିବା ଜୀବନ ଜୀବିକା ନିର୍ବାହର ମୁଖ୍ୟ ସ୍ରୋତରେ ଆଣିବା ସହ ପୁଲିସ୍ ଓ ଲୋକଙ୍କ ମଧ୍ୟରେ ଦୁରତା କମାଇବା ଏ ଶିବିରର ମୁଖ୍ୟ ଲକ୍ଷ୍ୟ ରହିଥିଲା । ଏ ନେଇ ରାଉରକେଲା ଜିଲ୍ଲା ପୁଲିସ୍ ପକ୍ଷରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ମାଗଣା ଚିକିତ୍ସା ଶିବିର, ଗ୍ରାମ ଗ୍ରାମ ମଧ୍ୟରେ ନକ୍ଆଉଟ ହକି ଟୁର୍ଣ୍ଣାମେଣ୍ଟ, ଭୋଲିବଲ୍ ଟୁର୍ଣ୍ଣାମେଣ୍ଟ ସହିତ ବହୁ ସାଂକୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।

ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଓଏମସି ଓ ଆର୍ ସି କ୍ଲବ ବରସୁଆଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆର୍ ସି କ୍ଲବ ବରସୁଆଁ ଚାମ୍ପିୟନ୍ ହୋଇଥିଲେ ସେହିପରି ଭୋଲିବଲ୍ ଟୁର୍ଣ୍ଣାମେଣ୍ଟରେ ଖଣ୍ଡାଧାର ଦଳ ଚାମ୍ପିୟନ୍ ହୋଇଥିଲେ ।

publive-image sambad.in Sundargarh

ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବଣାଇଁ ଅତିରିକ୍ତ ଆରକ୍ଷୀ ଅଧିକାରୀ ସେକ୍ ମୁଜବିର ରେହେମାନ ତଥା ଅନ୍ୟ ଅତିଥି ମଧ୍ୟରେ ବଣାଇଁ ଉପଖଣ୍ଡ ପୁଲିସ୍ ଅଧିକାରୀ ସୌରଭ ଓଟ୍ଟା, ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଚିନ୍ମୟ ସାହୁ, ଓଡିଶା ଖଣି ନିଗମ ଆଞ୍ଚଳିକ ପ୍ରବନ୍ଧକ ଅବନିକାନ୍ତ ପ୍ରଧାନ, ଟେନସା ପଞ୍ଚାୟତ ସରପଞ୍ଚ ଅନିତା ପୁର୍ତ୍ତୀ ପ୍ରମୁଖ ଯୋଗଦେଇ ଅଞ୍ଚଳର ସମସ୍ତ ବର୍ଗ ଲୋକଙ୍କୁ ଶାଢୀ, ଗାମୁଛା, କମ୍ବଳ, ଖାତା, କଲମ, ଧୋତି ସହ ଖେଳାଳିମାନଙ୍କ ପାଇଁ ଫୁଟବଲ, ଭୋଲିବଲ୍, ହକି ଷ୍ଟିକ୍ ବଲ୍, ଜୋତା, ବାଦ୍ୟଜନ୍ତ୍ର ଆଦି ପ୍ରଦାନ କରାଯାଇଥିଲା ।

ପରିଶେଷରେ ଚାମ୍ପିୟନ୍ ଦଳ ଗୁଡିକୁ ଟ୍ରଫି ପ୍ରଦାନ କରି ଅତିଥି ଗଣ ଜନ ସମ୍ପର୍କର ତାତ୍ପର୍ଯ୍ୟ ଓ ସଚେତନତା ବାର୍ତ୍ତା ପ୍ରେରଣ କରିଥିଲେ । ଲହୁଣୀପଡା ଥାନା ଅଧିକାରୀ ସନ୍ତୋଷ ଜେନା ମଞ୍ଚ ପରିଚାଳନା କରିବା ସହ ଟେନସା ଫାଣ୍ଡି ଅଧିକାରୀ ଅଶୋକ ବେହେରା ଓ ଟିମ୍ ଶିବିର ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ। କୋଭିଡ୍କୁ ଆଖି ଆଗରେ ରଖି ସମସ୍ତଙ୍କୁ ମାସ୍କ ସହ ସାନିଟାଇଜର ପ୍ରଦାନ କରିବା ସହ ସାମାଜିକ ଦୁରତା ରକ୍ଷା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe