ମାଲକାନଗିରି: ଦୁର୍ଗମ ତଥା ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଏକ ବିଶାଳ ଡାକ୍ତରଖାନା ନିର୍ମାଣ କରାଯାଉଛି। ମାଲକାନଗିରି ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥିତ ଏହି ୭ ମହଲା ବିଶିଷ୍ଟ ସବୁଜ ରଂଗର କୋଠା ଏବେ ଦବିଥିବା ନେଇ ଚର୍ଚ୍ଚା ହେଉଛି। ମୁଖ୍ୟ ଚିକିତ୍ସାଳୟରେ ମହୁମାଛି ଫେଣା ପରେ ଏବେ ମେଡିକାଲ ଦବିବାକୁ ନେଇ ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟମାନେ ଭୟଭିତ ଓ ଆତଙ୍କିତ ହୋଇପଡିଛନ୍ତି।
ଏହି ଖବର ପଢ଼ନ୍ତୁ: ଡାକ୍ତରଖାନାରେ ୫୦ରୁ ଊର୍ଦ୍ଧ୍ବ ମହୁଫେଣା
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗର ଆଉଟଡୋର, ଦାନ୍ତ ବିଭାଗର ଆଉଟଡୋର, ଦାନ୍ତ ବିଭାଗର ଓଟି, ସ୍ତ୍ରୀ ରୋଗ ବିଭାଗର ଆଉଟଡୋର, ସ୍ତ୍ରୀ ରୋଗ ବିଭାଗର ସିପି, ପାଥୋଲୋଜି ଆଉଟଡୋର, ପାଥୋଲୋଜି ଗୃହ ଇତ୍ୟାଦି ଦବିବାକୁ ଲାଗିଲାଣି। ଏହା ପୂର୍ବରୁ ମଧ୍ୟ ୫ଟି ବିଭାଗର କଠୋରୀଗୁଡିକ ଦବିଥିଲା।ଯାହାକୁ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ପୂର୍ତ୍ତ ବିଭାଗକୁ ଚିଠି ଲେଖିବା ପରେ ଏହାର ମରାମତି ହୋଇଥିଲା।
ଏବେ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବ୍ରଜବନ୍ଧୁ ଦାସ ପୂର୍ତ୍ତ ବିଭାଗର ସୁପରିଟେଣ୍ଡେଣ୍ଟ ଇଂଜିନିୟରଙ୍କୁ ଏନେଇ ଅବଗତ କରାଇଥିବା କହିଥିଲେ। ପ୍ରଥମେ ମହୁଫେଣାକୁ ନେଇ ରୋଗୀ ଏବଂ ସଂପର୍କୀୟମାନେ ଆତଙ୍କିତ ହୋଇଥିବା ବେଳେ ଏବେ ମେଡିକାଲ କାନ୍ଥଗୁଡିକ ଦବିବାକୁ ନେଇ ଲୋକେ ଭୟଭିତ ହେଲେଣି।ତୁରନ୍ତ ସ୍ଥାୟୀ ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/13/hFbHLMML6oXTLeg7LRtG.jpeg)