କୋଭିଡ ନେଇ ସତର୍କ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ: କିଛି ମାତ୍ରାରେ ବଢ଼ିପାରେ ସଂକ୍ରମଣ

Advertisment
କୋଭିଡ ନେଇ ସତର୍କ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ: କିଛି ମାତ୍ରାରେ ବଢ଼ିପାରେ ସଂକ୍ରମଣ

ଭୁବନେଶ୍ୱର: କୋଭିଡ ନେଇ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଚଳିତ ମାସ ଶେଷ ଯାଏଁ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସେ ଯାଏଁ ସତର୍କ ରହିବାକୁ ପଡ଼ିବ। ଯେହେତୁ ନିକଟରେ ବଡ଼ ଧରଣର କଂଗ୍ରିଗେସନ ହୋଇଥିଲା, କୋଭିଡ କିଛି ମାତ୍ରାରେ ବଢ଼ିପାରେ। ତେଣୁ ମାସ ଶେଷ ଯାଏଁ ସମସ୍ତେ ସତର୍କ ରହିବା ଉଚିତ। ଆମ ରାଜ୍ୟରେ ସଂକ୍ରମଣ ବଢ଼ିଛି । କିନ୍ତୁ ଅଧିକ ବଢ଼ୁନି । ୩/୪ ଦିନ ହେଲା ୩୦୦ ପାଖାପାଖି ରହୁଛି ଦୈନିକ ସଂକ୍ରମଣ। କିନ୍ତୁ ଚିନ୍ତା କଲା ଭଳି କିଛି ନାହିଁ। ସଂଖ୍ୟା ବଢ଼ୁଥିଲେ ମଧ୍ୟ ହସ୍ପିଟାଲାଇଜେସନ ରେଟ ବହୁତ କମ୍ ଅଛି। ଲକ୍ଷଣଯୁକ୍ତ ରୋଗୀଙ୍କ ସଂଖ୍ୟା ବହୁତ କମ୍।

ଜନସ୍ୱାସ୍ଥ୍ୟ ନିର୍ଦେଶକ ଆହୁରି କହିଛନ୍ତି, କୋଭିଡ ମୁକାବିଲା ନେଇ ପୂର୍ବରୁ ଯେଉଁ ସବୁ ବ୍ୟବସ୍ଥା ହୋଇଥିଲା, ସବୁ ଷ୍ଟାଣ୍ଡବାଏ ମୋଡରେ ରହିଛି। ଭେଣ୍ଟିଲେଟର ଅଛି, ବେଡ ବି ଅଛି। ଯଦି ୫୦ ପ୍ରତିଶତ ଭିତ୍ତିଭୂମି ପୂରଣ ହୋଇଯିବ, ପୁଣି ଭିତ୍ତିଭୂମି ବଢ଼ାଯିବ। ତେବେ ସାରା ଦେଶରେ କୋଭିଡ ସଂକ୍ରମଣ କମୁଛି। ମହାରାଷ୍ଟ୍ରରେ ସଂକ୍ରମଣ ବହୁତ କମିଲାଣି, ଦିଲ୍ଲୀରେ ଖସିଗଲାଣି। ଯେଉଁ ରାଜ୍ୟରେ ବଢ଼ୁଥିଲା, ଏବେ ସେଠି ଖସୁଛି, ବା ପ୍ଲାଟୋ ଅଛି। ତେଣୁ କୋଭିଡକୁ ନେଇ ଭୟଭୀତ ହେବାର କିଛି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe