କେନ୍ଦ୍ର ସରକାରଙ୍କ ସହ କୋଭିଡ ସମୀକ୍ଷା ବୈଠକ ପରେ ପଦକ୍ଷେପ ନିଆଯିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Advertisment
କେନ୍ଦ୍ର ସରକାରଙ୍କ ସହ କୋଭିଡ ସମୀକ୍ଷା ବୈଠକ ପରେ ପଦକ୍ଷେପ ନିଆଯିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସାରା ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। କୋଭିଡ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ସମୀକ୍ଷା କରିବେ। ଆଜିର ବୈଠକରେ ମକ ଡ୍ରିଲ ନେଇ ଆଲୋଚନା ହୋଇପାରେ। ବୈଠକରେ ଆଲୋଚନା ପରେ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯିବ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, ଗତକାଲି ଦେଶରେ ୧୮୯୦ ପଜିଟିଭ କେଶ ଆସିଥିବା ବେଳେ ୯୪୦୦ ଆକ୍ଟିଭ କେଶ ରହିଛି। ଏଣେ ରାଜ୍ୟରେ ଗତକାଲି ୧୧ଟି ପଜିଟିଭ କେଶ ଆସିଥିବା ବେଳେ ୮୭ଟି ଆକ୍ଟିଭ କେଶ ରହିଛି।

ମହାରାଷ୍ଟ୍ର ତାମିଲନାଡୁ କେରଳ ତେଲେଙ୍ଗାନାରେ ଅଧିକ କରୋନା କେଶ ବଢୁଛି। ସତର୍କତା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି। ସବୁ ଲକ୍ଷଣଥିବା ଲୋକଙ୍କର କୋଭିଡ ଟେଷ୍ଟ କରାଯିବ। ପଜିଟିଭ ବାହାରିଲେ କଣ୍ଟାକ୍ଟରେ ଆସିଥିବା ଲୋକଙ୍କ ମଧ୍ୟ ଟେଷ୍ଟ ହେବ। ହୋମ ଆଇସୋଲେସନରେ ରହିଲେ ମେଡିସିନ ଯୋଗାଇ ଦିଆଯିବ।

ଏହାଛଡ଼ା ଟେଷ୍ଟ କିଟ, ଔଷଧ, ଅକ୍ସଜେନ ସୁନିଶ୍ଚିତ ମହଜୁଦ ରଖିବାକୁ ସବୁ ସିଡିଏମଓ଼ମାନଙ୍କୁ ନିର୍ଦେଶ ଦିଆଯାଇଛି। ଗୋଟିଏ ସ୍ଥାନରୁ ଏକାଧିକ କରୋନା ସଂକ୍ରମିତ ବାହାରିଲେ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର  କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe