କାଇପଦର ଅଞ୍ଚଳରୁ ଏଚ୍‌ଏମପିଭି ଆକ୍ରାନ୍ତ ଚିହ୍ନଟ ଗୁଜବ ନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ଖୋର୍ଦ୍ଧାର କାଇପଦର ଅଞ୍ଚଳରୁ ଜଣେ ଏଚ୍‌ଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଖବର ପ୍ରକାଶ ପାଇବା ପରେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି...

Director of Public Health, Dr. Nilakhant Mishra

Director of Public Health, Dr. Nilakhant Mishra

ଭୁବନେଶ୍ବର: ଖୋର୍ଦ୍ଧାର କାଇପଦର ଅଞ୍ଚଳରୁ ଜଣେ ଏଚ୍‌ଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଖବର ପ୍ରକାଶ ପାଇବା ପରେ  ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏଚ୍‌ଏମପିଭିର କୌଣସି ସୂଚନା ନାହିଁ ।

ଏବେ ସୁଦ୍ଧା ରାଜ୍ୟରୁ କେହି ଏଚ୍‌ଏମପିଭିରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିନି ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ଯେତିକି ନମୁନା ଏଚ୍‌ଏମପିଭି ପରୀକ୍ଷା ପାଇଁ ଯାଇଛି, ସବୁ ନେଗେଟିଭ ଆସିଛି ।

ଏଚ୍‌ଏମପିଭିର ଲକ୍ଷଣ ସାଧାରଣ ଥଣ୍ଡା ଜ୍ବର ଭଳି।  ଭୟଭୀତ ହେବାର ଆବଶ୍ୟକତା ନାହିଁ । ଶୀତଋତୁରେ ସାଧାରଣତଃ ଥଣ୍ଡା ଜ୍ବର ହୋଇଥାଏ। କିନ୍ତୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସେତେ ଅଧିକ ହୋଇନାହିଁ। ତେଣୁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସୂଚନାଯୋଗ୍ୟ, ଏଚ୍ଏମ୍‌ପିଭିର କୌଣସି ସମ୍ଭାବ୍ୟ ମାମଲା ପାଇଁ ପ୍ରସ୍ତୁତି ଆକଳନ କରିବା ଲାଗି ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କମିସନର-କମ୍-ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ  ଜନସାଧାରଣଙ୍କ ଉଦ୍ଦେଶ୍ୟରେ କୁହାଯାଥିଲା ଯେ, ଭୟ ଅବା ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।

ଅଧିକାରୀମାନେ ନିଶ୍ଚିତ କରିଥିଲେ ଯେ, ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଏଚ୍ଏମ୍‌ପିଭି ମାମଲା ଚିହ୍ନଟ ହୋଇନାହିଁ। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ସଜାଗ ରହିଛନ୍ତି।

ଅଧିକ ପଢ଼ନ୍ତୁ: ରାଇରଙ୍ଗପୁର ସହରରେ ଟ୍ରାଫିକ୍ ସମସ୍ୟା: ପୌର ପ୍ରଶାସନର ଚେତାବନୀକୁ ବେଖାତିର

ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ (ଆଇଡିଏସ୍‌ପି), ନ୍ୟାସନାଲ ସେଣ୍ଟର ଫର ଡିଜେଜ୍ କଣ୍ଟ୍ରୋଲ୍ (ଏନସିଡିସି), ଓଡିଶାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଏମ୍ସ ଭୁବନେଶ୍ୱର, ଆରଏମଆରସି ଭୁବନେଶ୍ୱର ଏବଂ ଆଇଏଲ୍ଏସ୍ ଭୁବନେଶ୍ୱର ଭଳି ପ୍ରମୁଖ ଅନୁଷ୍ଠାନକୁ ନେଇ ଏକ ସର୍ବେକ୍ଷଣ ନେଟୱାର୍କ ପ୍ରତିଷ୍ଠା କରାଯାଇଥିଲା।

କୌଣସି ସମ୍ଭାବ୍ୟ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ପ୍ରାଥମିକ ପଦକ୍ଷେପ ଭାବେ ପରିବାର କଲ୍ୟାଣ ବିଭାଗ ଜନସାଧାରଣ ସଚେତନତା ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଅଧିକ ପଢ଼ନ୍ତୁ: ୧୮ ଜାନୁଆରିରୁ ଭିତରକନିକାରେ ପକ୍ଷୀ ଗଣନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe