ଡଙ୍ଗରଛିଞ୍ଚି ପଂଚାୟତସ୍ତରୀୟ ଜନ ଶୁଣାଣି ଓ ସ୍ବାସ୍ଥ୍ୟ ଶିବିର

Advertisment
ଡଙ୍ଗରଛିଞ୍ଚି ପଂଚାୟତସ୍ତରୀୟ ଜନ ଶୁଣାଣି ଓ ସ୍ବାସ୍ଥ୍ୟ ଶିବିର

ଜୟପୁର: ଜୟପୁର ବ୍ଲକ ଅର୍ନ୍ତଗତ ଡଙ୍ଗରଚିଂଛି ପଂଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ  , ସଚେତନତା ଶିବିର ସହ  ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ସରପଂଚଙ୍କ ସଭାପତିତ୍ବରେ ବିଡିଓ ରାଜୀବ ଦାସ ଯୋଗ ଦେଇ ଗତ ମାସ ଶିବିରରେ  ଆସିଥିବା ବିଭିନ୍ନ ଅଭାବ, ଅସୁବିଧା,  ଅଭିଯୋଗ, ଏବଂ ଏଗୁଡିକର ସମାଧାନ କେତେ ଦୁର ହୋଇପାରିଛି ସେ ସଂପର୍କରେ ସୂଚନା ଦେଇଥିଲେ। ଏହା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ।  କିଛି ହିତାଧିକାରୀ ଯୋଗ୍ୟତା ଥାଇ ସୁଦ୍ଧା ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନଥିବା ଅଭିଯୋଗ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ବିଡିଓ  ପ୍ରତିଶ୍ରୃତି ଦିଆଯାଇଥିଲା। ଶିବିରରେ ପଂଚାୟତର ବିଭିନ୍ନ ଗ୍ରାମାଂଚଳର ଲୋକେ ବିଭିନ୍ନ ସମସ୍ୟା, ଆପତ୍ତି, ଅଭିଯୋଗ,ପାନୀୟଜଳଯୋଗାଣ ସହ  ଆବଶ୍ୟକତା ଓ ସମସ୍ୟା ଗୁଡିକ ସଂପର୍କରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଗ୍ରାମବାସୀ ମାନେ ଦୃଷ୍ଟି ଆକର୍ଷଣ କରାଇଥିଲେ।  ବିଭିନ୍ନ ଗାଁର ଯୋଗ୍ୟ ହିତାଧିକାରୀ ମାନେ  ବିଭିନ୍ନ ଭତ୍ତା ପାଉନଥିବା ଭଳି  ସମସ୍ୟାକୁ ନେଇ କିଛି ବିଭାଗୀୟ ଅଧିକାରୀଙ୍କ ସହ ଗ୍ରାମବାସୀ, ହିତାଧିକାରୀ ମାନଙ୍କ ସହ  ସିଧାସଳଖ ଆଲୋଚନା କରିଥିଲେ।

ଶିବିରରେ ଏବିଡିଓ ମନୋଜ କୁମାର ନାୟକ,  ବିଏସଏସଓ କେଏସ୍ ନିଶା, ଜୀବିକା ମିଶନର ନମିତା ତ୍ରିପାଠୀ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ରଜନୀକାନ୍ତ ନାୟକ, ଗ୍ରାମ୍ୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ରଂଜିତା ପଣ୍ଡା, ଜିପିଇଓ, ପିଇଓ ଅମ୍ବିକା ପାଢ଼ୀ, ଜିଆରଏସ୍ ଗାୟତ୍ରୀ ମିଶ୍ରଙ୍କ ସମେତ  ଶିକ୍ଷା, ସ୍ବାସ୍ଥ୍ୟ, ପ୍ରାଣୀଧନ, କୃଷି, ଜଳସେଚନ, ଉଦ୍ୟାନ, ରାଜସ୍ବ ଆଦି ବିଭାଗର ଅଧିକାରୀ, କ୍ଷେତ୍ର କର୍ମଚାରୀ ସରପଂଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ ଆଦି ଭାଗ ନେଇଥିଲେ। ଏହି ପରିସରରେ ରାବଣାଗୁଡା ସିଏଚସି ପକ୍ଷରୁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ରୋଗୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବିତରଣ କରିବା ସହ  ଦୁରାରୋଗୀ ମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କିମ୍ବା ରାବଣାଗୁଡା ସିଏଚସିକୁ ଯିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe