ପ୍ରଭାତ ବିଶ୍ୱାଳଙ୍କ ଚିକିତ୍ସା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ପ୍ରଭାତ ବିଶ୍ୱାଳଙ୍କ ଚିକିତ୍ସା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ସି ସୋର ଚିଟ୍‌ଫଣ୍ଡ ଲିଙ୍କରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଚିକିତ୍ସା ନେଇ ହାଇକୋର୍ଟରେ ବୁଧବାର ଏକ ଜନସ୍ୱାର୍ଥ ମାମଲା ଆଗତ ହୋଇଛିି। ଜେଲ ଯିବା ପରେ ପ୍ରଭାତଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବରୁ ପ୍ରଭାତ ଅସୁସ୍ଥତାର ବାହାନ କରୁଥିବା ଅଭିଯୋଗ ହୋଇଥିଲା।

ରିମାଣ୍ଡରେ ଥବା କାଳରେ ସେ ଦଦନ୍ତକାରୀ ସଂସ୍ଥା ସିବିଆଇକୁ ତଦନ୍ତରେ ସହଯୋଗ କରିବା ପରିବର୍ତ୍ତେ ସ୍ୱାସ୍ଥ୍ୟର ଅସୁସ୍ଥତାର ଆଳ ଦେଖାଇ ତଦନ୍ତକାରୀ ଅଧିକାରୀମାନଙ୍କୁ ସହଯୋଗ କରୁ ନଥିଲେ। ଏଥିରେ ସ୍ୱାସ୍ଥ୍ୟ ବିଭାଗ ସଚିବ, ଏସସିବି କର୍ତ୍ତୃପକ୍ଷଙ୍କୁ ପକ୍ଷଭୁକ୍ତ ପାଇଁ ଆବେଦନ କରାଯାଇଛି। ଏମ୍ସ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ୱାରା ପ୍ରଭାତଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ହେଉ ବୋଲି କୁହାଯାଇଛିା। ଆବଶ୍ୟକ ପଡ଼ିଲେ ପ୍ରଭାତଙ୍କୁ ଏମ୍ସ ସ୍ଥାନାନ୍ତର ପାଇଁ ଆବେଦନ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe