ରେଲୱେ ଓଭର୍‌ ବ୍ରିଜ୍ ନିର୍ମାଣ ଦାବିରେ ଗଣଧାରଣା

Advertisment
ରେଲୱେ ଓଭର୍‌ ବ୍ରିଜ୍ ନିର୍ମାଣ ଦାବିରେ ଗଣଧାରଣା

ବରପାଲି: ବରପାଲିର ରେଲୱେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ବହୁ ବର୍ଷ ତଳେ ଆରମ୍ଭ ହୋଇଥିଲା। କିନ୍ତୁ ଦୀର୍ଘ ଦିନ ହେଲା କାର୍ଯ୍ୟ ବନ୍ଦ ରହିଛି। ଏହାର ଉଭୟ ପାର୍ଶ୍ଵ ରାସ୍ତାର ଅବସ୍ଥା ଅତି ଶୋଚନୀୟ। ରାସ୍ତାରେ ବଡ଼ବଡ଼ ଗାତ ହେବା ଯୋଗୁଁ ପ୍ରତ୍ୟହ ଛୋଟବଡ଼ ଦୁର୍ଘଟଣା  ଘଟୁଛି। ଏହି ବ୍ରିଜ ପାଖରେ ଥିବ‌ା ଶିଶୁ ମନ୍ଦିର, ହାଇସ୍କୁଲ, କଲେଜ ଛାତ୍ରଛାତ୍ରୀ  ଯିବାଆସିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏପରିକି ସ୍କୁଲ ଭ୍ୟାନ ଅଟକି ଯାଉଥିବାରୁ ଛାତ୍ରଛାତ୍ରୀ ଗାଡ଼ି ଠେଲୁଥିବା ମଧ୍ୟ ନଜିର ରହିଛି।

ଟ୍ରକ, ପିକଅପ୍ ଭ୍ୟାନ ଏହି ରାସ୍ତାରେ ପ୍ରାୟତଃ ଓଲଟି ପଡ଼ୁଛନ୍ତି। ରାସ୍ତାଟି ମରଣଯନ୍ତା ପାଲଟି ଥିବାରୁ ଏହାର ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ କୌଣସି ସୁଫଳ ମିଳି ନ ଥିବାରୁ ଆଜି ବରପାଲିର ଅଧିକାର ଫାଉଣ୍ଡେସନ ନେତୃତ୍ବରେ ବ୍ରିଜ୍‌ ନିକଟରେ ଅନିର୍ଦ୍ଦିଷ୍ଟ କାଳପାଇଁ ଗଣଧାରଣା ଆରମ୍ଭ କରାଯାଇଛି। ଏହାକୁ ଟ୍ୟାକ୍ସି ମାଲିକ ସଂଘ, ମୁସଲିମ ସମାଜ ସମେତ ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe