ଠିକାସଂସ୍ଥା ଏଆର୍‌ଏସ୍‌ଏସ୍‌ କମ୍ପାନି ବିରୋଧରେ ଜନଅସନ୍ତୋଷ: ଧୂଳିଆପଶିରେ ଉତ୍ତେଜନା, କେବୁଲ ବୋଝେଇ ଭ୍ୟାନ ଅଟକ

Advertisment
ଠିକାସଂସ୍ଥା ଏଆର୍‌ଏସ୍‌ଏସ୍‌ କମ୍ପାନି ବିରୋଧରେ ଜନଅସନ୍ତୋଷ: ଧୂଳିଆପଶିରେ ଉତ୍ତେଜନା, କେବୁଲ ବୋଝେଇ ଭ୍ୟାନ ଅଟକ

କାଳିଆପାଣି : ସ୍ଥାନୀୟ ଶ୍ରମିକ ଓ ଯୁବକଙ୍କୁ ଠିକାକାମରେ ନିୟୋଜିତ କରି ମଜୁରି ନଦେଇ ରାତି ଅଧିଆ ଖସି ପଳାଇବା ଯୋଜନାରେ ଥିବା ଠିକାସଂସ୍ଥା ଏଆର୍‌ଏସ୍‌ଏସ୍‌ କମ୍ପାନି ବିରୋଧରେ ଆଜି ଜନ ଆକ୍ରୋଶର ପ୍ରତିଫଳନ ଦେଖିବାକୁ ମିଳିଛି। ଟମକା ଥାନା ଅନ୍ତର୍ଗତ ଧୂଳିଆପଶି ଗାଁ ମୁଣ୍ଡରେ ଗୁରୁବାର ରାତିରେ ଉତ୍ତ୍ୟକ୍ତ ଗ୍ରାମବାସୀ କମ୍ପାନିର ଗୋଟିଏ ହାଇଡ୍ରା ଓ ଅନ୍ୟ ଗୋଟିଏ କେବୁଲ ବୋଝେଇ ଭ୍ୟାନ୍‌ ଅଟକ ରଖିଛନ୍ତି। ଠିକାଦାର ପ୍ରତିନିଧି ସୋମନାଥ ଲାଲ୍‌ ଓ ସଂପୃକ୍ତ ୨ ଡ୍ରାଇଭରଙ୍କୁ ଘେରାଉକରି ବକେୟା ପ୍ରାପ୍ୟ ଦାବି କରିଛନ୍ତି। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଠିକାଦାର ମାର୍କଣ୍ଡ ଗିରି ଅଧୀନରେ ଧୂଳିଆପଶି ଓ ପାଣୁବାହାଳି ଗ‌ାଁର ୧୫ ଜଣ ଠିକା ଶ୍ରମିକ ଓ ୪ ଜଣ ସିକ୍ୟୁରିଟି ଗାର୍ଡ ମାସମାସ ଧରି କାମ କରିଥିଲେ ମଧ୍ୟ ସେମାନେ ମଜୁରି ପାଇନଥିବା ଅଭିଯୋଗ ହୋଇଛି। ରଜ ପୂର୍ବରୁ କର୍ମ ସଂସ୍ଥାନ ହରାଇ ସଂପୃକ୍ତ ଯୁବକମାନେ ବାରମ୍ବାର ଧାର୍ଯ୍ୟ ପାଉଣା ମାଗି ଆସୁଥିଲେ। କମ୍ପାନି କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଆସୁଥିବା ଅଭିଯୋଗ ହୋଇଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଯାନ ଦ୍ବୟ ଅଟକ ଥିବା ଓ ସମାଧାନର ସୂତ୍ର ବାହାରିନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe