କଟକ : ପବ୍ଲିକ୍ ପ୍ରସିକ୍ୟୁଟର ଲିଖିତ ପରୀକ୍ଷା ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ୨୦୧୮, ଜୁଲାଇ ୧୮ରେ ପ୍ରକାଶିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ଉପରେ ରହିତାଦେଶ ଜାରି କରାଯାଇଛି। ଏଥି ସହିତ ପରବର୍ତ୍ତୀ ଶୁଣାଣି ସମୟରେ ଲିଖିତ ପରୀକ୍ଷା ପାଇଁ ବିକଳ୍ପ ସୁବିଧାଜନକ ତାରିଖ ସଂପର୍କରେ ଅବଗତ କରିବା ପାଇଁ ଓପିଏସସିକୁ ନିର୍ଦ୍ଦେଶ ଦିଆଯାଇଛି। ଡକ୍ଟର ଜଷ୍ଟିସ୍ ଏ.କେ.ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏକ ସପ୍ତାହ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୁଲାଇ ୩୦ ଓ ୩୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ପବ୍ଲିକ୍ ପ୍ରସିକ୍ୟୁଟର ଲିଖିତ ପରୀକ୍ଷା ଏକ ପ୍ରକାର ବାତିଲ ହେବା ସ୍ପଷ୍ଟ ହୋଇଛି।
ପବ୍ଲିକ୍ ପ୍ରସିକ୍ୟୁଟର ଲିଖିତ ପରୀକ୍ଷା ବିଜ୍ଞପ୍ତି ଉପରେ ରହିତାଦେଶ
Advertisment
Follow Us