ଓପିଏସ୍‌ସି ପକ୍ଷରୁ ସାନି ବିଜ୍ଞପ୍ତି: ଅଗଷ୍ଟ ୧୧ ଓ ୧୨ରେ ପବ୍ଲିକ୍‌ ପ୍ରସିକ୍ୟୁଟର ଲିଖିତ ପରୀକ୍ଷା

Advertisment
ଓପିଏସ୍‌ସି ପକ୍ଷରୁ ସାନି ବିଜ୍ଞପ୍ତି: ଅଗଷ୍ଟ ୧୧ ଓ ୧୨ରେ ପବ୍ଲିକ୍‌ ପ୍ରସିକ୍ୟୁଟର ଲିଖିତ ପରୀକ୍ଷା

କଟକ : ପବ୍ଲିକ୍‌ ପ୍ରସିକ୍ୟୁଟର ଲିଖିତ ପରୀକ୍ଷା ନେଇ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଲିଖିତ ପରୀକ୍ଷା ୨୦୧୮, ଅଗଷ୍ଟ ୧୧ ଓ ୧୨ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ଆଜି ଓପିଏସସି ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ୨୦୧୮, ଜୁଲାଇ ୧୮ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ଜୁଲାଇ ୩୦ ଓ ୩୧ ତାରିଖ ଦିନ ପବ୍ଲିକ୍‌ ପ୍ରସିକ୍ୟୁଟର ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଆଜି ଜୁଲାଇ ୧୮ର ବିଜ୍ଞପ୍ତିରେ ସଂଶୋଧନ ଅଣାଯାଇ ଲିଖିତ ପରୀକ୍ଷା ପାଇଁ ନୂଆ ତାରିଖ ଧାର୍ଯ୍ୟ କରି ଓପିଏସସି ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୧୧ରେ ପ୍ରଥମ ପେପର ଜେନେରାଲ ଇଂଲିଶ ଓ ଦ୍ୱତୀୟ ପେପର କ୍ରିମିନାଲ ମେଜର ଆକ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ସେହିଭଳି ଅଗଷ୍ଟ ୧୨ ଦିନ ତୃତୀୟ ପେପର କ୍ରିମିନାଲ ଲ’ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe