ଆସନ୍ତା ୨୦ ତାରିଖରୁ ଲୋକଙ୍କ ଯାତାୟତ ଉପରେ କଟକଣା କୋହଳ ହେବ : ରାଜ୍ୟର ୯ଟି ଜିଲ୍ଲାର ସହରାଞ୍ଚଳରେ ଗଡ଼ିବନି ଗାଡ଼ି

Advertisment
ଅନ୍‌ଲକ୍-୩ ନିର୍ଦ୍ଦେଶାବଳି : ରାତି କଟକଣା ଉଠିଲା

ଭୁବନେଶ୍ବର : ଲକ୍ ଡାଉନ୍ ବା ତାଲାବନ୍ଦ ଅବଧି ଜାରି ଥିବାବେଳେ ଆସନ୍ତା ୨୦ ତାରିଖରୁ ଲୋକଙ୍କ ଯାତାୟତ ଉପରେ କଟକଣା କୋହଳ ହେବ। ଏ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର ସାନି ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। କିନ୍ତୁ ରାଜସ୍ବ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, କୋଭିଡ୍‌ ସଂକ୍ରମଣ ନେଇ ଚିହ୍ନଟ ହୋଇଥିବା ୯ଟି ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ସହର ଅର୍ଥାତ୍ ପୌରାଞ୍ଚଳ ପାଇଁ କଟକଣା ବଳବତ୍ତର ରହିବ।

ନିର୍ଦ୍ଦେଶନାମା ଅନୁଯାୟୀ, ଘରୁ ଅତି ଜରୁରି ପରିସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ଘରୋଇ ଚାରି ଚକିଆ ଯାନ ନେଇ ପଦାକୁ ବାହାରିଲେ ଡ୍ରାଇଭର ସମେତ ପଛସିଟ୍‌ରେ ଜଣେ ଲୋକ ବସିପାରିବେ। ସେହିପରି ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ଦୁଇ ଚକିଆ ଯାନରେ କେବଳ ଚାଳକ ଛଡ଼ା ଆଉ କେହି ବି ବସିପାରିବେ ନାହିଁ। ତେବେ ଏହି ନିୟମ ହାଇ ରିସ୍କ୍‌ ଜୋନ୍‌ ଭାବେ ଚିହ୍ନଟ ହୋଇଥିବା ରାଜଧାନୀ (ଭୁବନେଶ୍ବର ମହାନଗର ନିଗମ) ସମେତ ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, କଳାହାଣ୍ଡି ଓ ଢେଙ୍କାନାଳ ସହର ପାଇଁ ଲାଗୁ ହେବନି। ଏହିସବୁ ସହରରେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଅଥଚ ଗତ ୧୦ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଆଧାରରେ ସର୍ତ୍ତମୂଳକ କଟକଣା କୋହଳ ହେବ।

ସୂଚନାଯୋଗ୍ୟ ଯେ କଟକ, ଭୁବନେଶ୍ବର ସମେତ ଅନ୍ୟାନ୍ୟ ସହରରେ ଅତ୍ୟାଶ୍ୟକ ସାମଗ୍ରୀ କିଣିବା ପାଇଁ କେବଳ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଅଣ୍ଡରଟେକିଂ ଆଧାରରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ବ୍ୟବହାର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ସେମାନଙ୍କର ପରିଚୟ ପତ୍ର ଦେଖାଇ ଏସବୁ ସହରମାନଙ୍କରେ ଗାଡ଼ି ଧରି ଯାଆସ କରିପାରିବେ। ଏମାନଙ୍କ ବ୍ୟତୀତ ଆଉ କୌଣସି ବ୍ୟକ୍ତିଙ୍କୁ ଗାଡ଼ି ବ୍ୟବହାର କରିବାକୁ ଅନୁମିତି ଦିଆଯିବନି ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଥିଲେ। ଏବେ ସେହି ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସରକାର ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe