Advertisment

ପାନୀୟ ଉପଯୋଗୀ ନୁହେଁ ବୋଲି ନଳକୂପରେ ନାଲି ରଂଗ ଚିହ୍ନ ଦେଲେ, ଗଞ୍ଜୁଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରକୁ ବିଶୁଦ୍ଧ ପାଣି ମିଳିବ କେବେ?

Advertisment
ପାନୀୟ ଉପଯୋଗୀ ନୁହେଁ ବୋଲି ନଳକୂପରେ ନାଲି ରଂଗ ଚିହ୍ନ ଦେଲେ, ଗଞ୍ଜୁଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରକୁ ବିଶୁଦ୍ଧ ପାଣି ମିଳିବ କେବେ?

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଧୀନ ଗଞ୍ଜୁଗୁଡ଼ା ଅଙ୍ଗନବାଡି କେନ୍ଦ୍ରରେ ‘ଜଳ ଯନ୍ତ୍ରଣା’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧିକାରୀ ତତ୍ପରତା ପ୍ରକାଶ କରି ସଙ୍ଗେ ସଙ୍ଗେ କଳିଙ୍ଗା ପଞ୍ଚାୟତର ୪ନଂ ୱାର୍ଡ ସ୍ଥିତ ଗଞ୍ଜୁଗୁଡା ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ନଳକୂପ ମରାମତି କରିଛନ୍ତି। କିନ୍ତୁ ନଳକୂପ ମରାମତି ପରେ ଏଥିରୁ ବାହାରୁଥିବା ପାଣି ଖରାପ ବୋଲି ଜଣାପଡ଼ିଛି। ଉକ୍ତ ନଳକୂପର ଜଳ ପାନୀୟ ଉପଯୋଗୀ ନୁହେଁ ବୋଲି ବିଭାଗୀୟ କର୍ମଚାରୀମାନେ ଦର୍ଶାଇଛନ୍ତି। ଏକ ରଙ୍ଗରେ ଦୁଇଟି ଗାର ମାରି ଥିବା ଦୃଶ୍ୟ ଦେଖିବକୁ ମିଳିଛି।

publive-image

ଖବର ପ୍ରକାଶ ପରେ ବିଭାଗୀୟ କର୍ମଚାରୀମାନେ ତତ୍ପରତା ଦେଖିଇ କାର୍ଯ୍ୟ କରିଥିଲେ। ହେଲେ ପ୍ରଶ୍ନ ଉଠୁଛି ଏହି ନଳକୂପ ଜଳ ଯଦି ପିଇବା ଉପଯୋଗୀ ନୁହଁ ତାହାହେଲେ ବିଭାଗୀୟ ଅଧିକାରୀ ଏହି ଅଙ୍ଗନବାଡି କେନ୍ଦ୍ରର ପିଲାଙ୍କ ପିଇବା ନିମନ୍ତେ ପାଣିର ବ୍ୟବସ୍ଥା କରିଛନ୍ତିକି? ଯଦି ନାହିଁ ତାହାହେଲେ ପିଲା ଅଙ୍ଗନବାଡି କେନ୍ଦ୍ରରେ ଖାଦ୍ୟ ଏବଂ ପାନୀୟ ଜଳ କେଉଁଠୁ ବ୍ୟବହାର ହେବ? କେବେ ଗଞ୍ଜୁଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରକୁ ପାନୀୟ ଜଳ ବ୍ୟବସ୍ଥା କରାଯିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe