ଅଜବ ବିଶ୍ୱାସ: କରୋନା ଗାଁ ନ ପଶିବାକୁ ଘରେ ଘରେ ପୂଜାର୍ଚ୍ଚନା

Advertisment
ଅଜବ ବିଶ୍ୱାସ: କରୋନା ଗାଁ ନ ପଶିବାକୁ ଘରେ ଘରେ ପୂଜାର୍ଚ୍ଚନା

ରାଉରକେଲା: କରୋନା ମୁକାବିଲା ପାଇଁ ବର୍ତ୍ତମାନସୁଦ୍ଧା କୌଣସି ଔଷଧ ନାହିଁ l ବୈଜ୍ଞାନିକମାନେ ମଧ୍ୟ କୌଣସି ସମାଧାନ ପାଇନାହାଁନ୍ତି । କିନ୍ତୁ ବିଶ୍ରା ବ୍ଲକର ଭାଲୁଳତା ପଞ୍ଚାୟତର କପ୍ରଣ୍ଡା ଗାଁର ଲୋକମାନେ କୋରୋନାକୁ ତାଙ୍କ ଗାଁ ବାହାରକୁ ଫୋପାଡ଼ି ଆସିବ ପାଇଁ ପୂଜା ଅର୍ଚ୍ଚନା କରି ଥିଲେ। ବଡ଼ କଥା ହେଉଛି ଏହି ପୂଜା ସମୟରେ ସମସ୍ତେ ସାମାଜିକ ଦୂରତା ନିୟମକୁ କଡାକଡି ଭାବେ ପାଳନ କରିଥିଲେ l

publive-image

ଘରେ ଘରେ ପୂଜା ପରେ ଗାଁରେ ଘରୁ ଝାଡୁ ଲଗାଇ ସବୁ ପ୍ରକାରର ମଇଳା ଏକ ହାଣ୍ଡିରେ ପୁରାଇଥିଲେ l ସେହି ହାଣ୍ଡିକୁ ନେଇ ମହିଳାମାନେ ଗାଁର ସୀମା ବାହାରକୁ ଯାଇଥିଲେ। ସେଠାରେ ଘରର ମଇଳା ସହିତ ରୋଗକୁ ଫୋପାଡ଼ି ଆସିଥିଲେ। ଗ୍ରାମବାସୀମାନଙ୍କ ବିଶ୍ୱାସ ରହିଛି ସେମାନେ ଏହି ପୂଜା ଦ୍ୱାରା କରୋନାକୁ ଗାଁ ବାହାରେ ଫୋପାଡ଼ି ଆସିଲେ l ବିଶ୍ରା ଅଞ୍ଚଳରେ ୩ଟି କରୋନା ପଜିଟିଭ ମାମଲା ସାମ୍ନାକୁ ଆସିବା ପରେ ଆଖପାଖ ଗାଁରେ ଲୋକମାନଙ୍କ ମନରେ ଭୟ ଦେଖାଯାଇଛି। କୋରୋନାକୁ ଗାଁରୁ ବିଦା କରିଦେବା ପାଇଁ ଏହି ପୂଜା କରାଯାଇଥିଲେ ବୋଲି ଗ୍ରାମବାସୀ କହିଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe