କେବିସିରେ ସମ୍ବଲପୁରର ପୂଜା  

କେବିସିରେ ସମ୍ବଲପୁରର ପୂଜା  

ସମ୍ବଲପୁର: କେବିସି (କୌନ ବନେଗା କରୋଡ୍‌ପତି)ରେ ସମ୍ବଲପୁରର ଆଉ ଜଣେ କମାଲ କରିଛନ୍ତି। ସେ ହେଉଛନ୍ତି ସମ୍ବଲପୁରର ପୂଜା ତ୍ରିପାଠୀ ସୌଦାଗର। ପୂର୍ବରୁ ମିସ୍‌ ଓଡ଼ିଶା ରନର୍ସଅପ୍‌ ହୋଇଥିବା ପୂଜା ଜଣେ ଗୃହିଣୀ। ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଫାର୍ମରୋଡ୍‌ ସ୍ଥିତ କଲ୍ୟାଣୀ ରେସିଡେନ୍ସିର ସେ ବାସିନ୍ଦା। ତାଙ୍କ ସ୍ବାମୀ କରଣ ସୌଦାଗର ହେଉଛନ୍ତି ଜଣେ ବ୍ୟବସାୟୀ। ସୋନି ଟେଲିଭିଜନ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସୋ’ କେବିସିରେ ଭାଗ ନେବାର ସୁଯୋଗ ପାଇବା ପାଇଁ ପୂଜା ୫ ବର୍ଷ ହେବ ପ୍ରସ୍ତୁତ ହେଉଥିଲେ।

୭ଟି ଅଡିସନ୍‌ ରାଉଣ୍ଡ ପାର୍‌ କରିବା ପରେ ହଟ୍‌ସିଟ୍‌ରେ ବସିବାର ସୁଯୋଗ ପାଇଥିଲେ ପୂଜା। ସୁପରଷ୍ଟାର ଅମିତାଭ ବଚନଙ୍କ ସହ ହଟ୍‍ସିଟ୍‌ରେ ବସିବା ସ୍ବପ୍ନ ରାଇଜରୁ କମ୍‌ ନଥିଲା ବୋଲି ପୂଜା କହିଛନ୍ତି। ଅମିତାଭ ବଚ୍ଚନ ବହୁତ ସପୋର୍ଟିଭ୍‌ ବୋଲି ପୂଜା କହିଛନ୍ତି। ୨ ଦିନ ଧରି ଅମିତାଙ୍କ ସହ ପୂଜା ମୁମ୍ବାଇରେ ସୁଟିଂ କରିଥିଲେ। ଏହାର ପ୍ରସାରଣ ଆସନ୍ତା ୩୧ ତାରିଖ(ସୋମବାର) ଓ ୧ ତାରିଖ(ମଙ୍ଗଳବାର) ହେବ। ପୂଜାଙ୍କ ଏହି ସଫଳତାରେ ପୂରା ପରିବାର ଖୁସି ଜାହିର କରିଛନ୍ତି। କେବିସି କାର୍ଯ୍ୟକ୍ରମକୁ ତାଙ୍କ ପିଉସୀ ଉଷାରାଣୀ ତ୍ରିପାଠୀ ଯୋଡ଼ିଦାର ଭାବେ ପୂଜାଙ୍କ ସହିତ ଯାଇଥିଲେ। ପ୍ରକାଶଥାଉ କି, ପୂର୍ବରୁ ସମ୍ବଲପୁରର ସସ୍ମିତା କର କେବିସିରେ ଖେଳି ୩ ଲକ୍ଷରୁ ଅଧିକ ଟଙ୍କା ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe