ବାତ୍ୟା ପରେ ବନ୍ୟା ପରିସ୍ଥିତି ନେଇ କିଛି ବିଭାଗର ପୂଜା ଛୁଟି ବାତିଲ କଲେ ରାଜ୍ୟ ସରକାର

Advertisment
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ‘ଖୁସି’ ଯୋଜନାରେ ଖର୍ଚ୍ଚ ହେବ ୪୬୬ କୋଟି ଟଙ୍କା, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର କିଛି ବିଭାଗର କର୍ମଚାରୀଙ୍କ ପୂଜା  ଛୁଟି ବାତିଲ କରିଛନ୍ତି। ବାତ୍ୟା ପରେ ବନ୍ୟା ସ୍ଥିତି ନେଇ ସରକାର ଶୁକ୍ରବାର ଛୁଟି ବାତିଲ କରିଥିବା ଘୋଷଣା କରିଛନ୍ତି। ସରକାର ରିଲିଫ ବ୍ୟବସ୍ଥା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସଚିବାଳୟ କର୍ମଚାରୀ ଓ ବିଭାଗୀୟ ମୁଖ୍ୟଙ୍କ ଛୁଟି ବାତିଲ ହୋଇଛି। ଅକ୍ଟୋବର ୨୪ ପର୍ଯ୍ୟନ୍ତ ଏହି ନିର୍ଦେଶ ଜାରି ରହିବ।

ପୂଜା ଛୁଟି ସମୟରେ ଅଫିସ୍‌ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନଙ୍କୁ ଛୁଟି ଅନୁମତି ମିଳିଥିଲା ସେମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ବାତ୍ୟା ଓ ପରବର୍ତ୍ତୀ ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ରାଜ୍ୟର ଦକ୍ଷିଣ ଓ କେନ୍ଦ୍ରାଞ୍ଚଳ ଜିଲ୍ଲାର ଜିଲ୍ଲାପାଳଙ୍କ ଛୁଟି ବାତିଲ ହୋଇଛି।

ତିତ୍‌ଲି ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ପରେ ଋଷିକୁଲ୍ୟା ଓ ଅନ୍ୟ ନଦୀଗୁଡ଼ିକରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଗୁରୁବାର ସକାଳ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe