ଭୋଟ୍‌ ଦେଇନଥିବା ଅଭିଯୋଗରେ ଦଣ୍ଡ: ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ପାଇଁ ସମିତି ସଭ୍ୟ ବାସନ୍ଦ

୪ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ବି ବସାଇଲେ, ଏସ୍.ପିଙ୍କୁ ଭେଟି ଏତଲା ପରେ ମାମଲା ରୁଜୁ

୨୭ରେ ୩ ରାଜ୍ୟସଭା ଆସନ ପାଇଁ ଭୋଟ୍: ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାଳ ବି ସରୁଛି, ବିଜେଡିରୁ ୩ ପ୍ରାର୍ଥୀ ଜିତିବା ସ୍ପଷ୍ଟ

The Economic Times

ବ୍ରହ୍ମପୁର : ପଞ୍ଚାୟତ ନିର୍ବାଚନର ଦୁଇମାସ ପରେ ଗଞ୍ଜାମ ବ୍ଳକ୍‌ ସୁବଳୟା ପଞ୍ଚାୟତରୁ ଏକ ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିଛି। ବିଜେଡି ସମର୍ଥିତ ଅଧ୍ୟକ୍ଷା ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାରୁ ପଞ୍ଚାୟତର ନିର୍ବାଚିତ ସମିତିସଭ୍ୟାଙ୍କୁ ଗାଁରୁ ବାସନ୍ଦ କରାଯାଇଛି। ସଂପୃକ୍ତ ସମିତିସଭ୍ୟା ନିଜେ ଆଜି ଗଞ୍ଜାମ ଏସ୍‌.ପିଙ୍କୁ ଭେଟି ଏନେଇ ଅଭିଯୋଗ କରିଛନ୍ତି। ଯାହାକି, ରାଜନୈତିକ ତଥା ସାଧାରଣ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମିତି ସଭ୍ୟା ହେଉଛନ୍ତି, ମାମି ଦାସ। ଗତ ପଞ୍ଚାୟତ ନିର୍ବାଚନରେ ମାମି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଏହାପରେ ଯେତେବେଳେ ବ୍ଲକ୍‌ ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ହୋଇଥିଲା, ବିଜେଡି ସମର୍ଥିତ ପ୍ରାର୍ଥିଙ୍କ ସପକ୍ଷରେ ଭୋଟ୍‌ ଦେବାପାଇଁ କିଛିନେତା ତାଙ୍କୁ କହିଥିଲେ। କିନ୍ତୁ, ସେ ଭୋଟ୍‌ ଦେଇନଥିବା ଅଭିଯୋଗ ଆଣି ତାଙ୍କୁ ଗଁାରୁ ବାସନ୍ଦ କରାଯାଇଛି। ଏପରିକି ତାଙ୍କ ଉପରେ ୪ଲକ୍ଷ ୫୦ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରା ଯାଇଥିବା ଅଭିଯୋଗ କରିଛନ୍ତି ମାମି। ଏହି ବାସନ୍ଦ କରାଯିବା ଘଟଣାକୁ ନେଇ ସେ ରମ୍ଭା ଥାନାରେ ଅଭିଯୋଗ କରିବା ସହିତ ଛତ୍ରପୁରରେ ଗଞ୍ଜାମ ଏସ୍‌.ପି.ଙ୍କୁ ସାକ୍ଷାତ କରିଛନ୍ତି। ଏ ସମ୍ପର୍କରେ ଫେରାଦ ହେବାସହିତ ଲିଖିତ ଅଭିଯୋଗ ଦେଇଛନ୍ତି।

ନିଜ ପ୍ରତିକ୍ରିୟାରେ ମାମି ଦାସ କହିଛନ୍ତି, ‘ ନ୍ୟାୟ ପାଇଁ ଦରକାର ପଡ଼ିଲେ ନବୀନ ନିବାସ ଯିବି। ମୋତେ ନ୍ୟାୟ ନମି‌ଳିଲେ ଆତ୍ମହତ୍ୟା କରିବି। ନବୀନ ସରକାର ମୋର ପରିବାରର ଭରଣପୋଷଣ ଦାୟିତ୍ବ ନେବେ।’ ଆହୁରି ମଧ୍ୟ ଗଁାରୁ ତାଙ୍କୁ ବାସନ୍ଦ କରାଯିବାକୁ ସେଅତ୍ୟନ୍ତ ଅନ୍ୟାୟ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ ମୁଁ ନ୍ୟାୟ ଅପେକ୍ଷାରେ ରହିଛି। ଜନପ୍ରତିନିଧି ଭାବେ ଗାଁର ବିକାଶକୁ ଗୁରୁତ୍ବ ଦେବି। ଯେତେ ଯାହା ହେଲେ ବି ଗାଁକୁ ଛାଡ଼ିବି ନାହିଁ। ’ ଯେଉଁମାନେ ତାଙ୍କୁ ବାସନ୍ଦ କରିଛନ୍ତି, ସେମାନେ କୌଣସି ପ୍ରକାର ଚାପରେ ରହି ଏଭଳି ପଦକ୍ଷେପ ନେଇଥିବା ସେ କହିଛନ୍ତି।

ମାମିଙ୍କ ଗୁରୁତର ଅଭିଯୋଗ ନେଇ ଗଞ୍ଜାମ ଏସ୍‌.ପି. ବ୍ରିଜେଶ ରୟ କହିଛନ୍ତି, ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରାଯାଇଛି। ଆଜି ଏସ୍‌ଡିପିଓ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଯେଉଁମାନଙ୍କ ବିରୋଧରେ ପ୍ରମାଣ ମିଳିବ, ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଏସ୍‌.ପି. କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe