ଜେଲରୁ ବାହାରିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ

ଜେଲରୁ ବାହାରିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ

ପାଟଣାଗଡ଼: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେର ରବିବାର ଅପରାହ୍ନରେ ବଲାଙ୍ଗୀର ଜେଲରୁ ବାହାରିଛନ୍ତି। ମା’ଇନ୍ଦୁମତୀ ମେହେରଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ପୁଞ୍ଜିଲାଲଙ୍କ ଓକିଲ ତୀର୍ଥ ସାହୁ ପୁଞ୍ଜିଲାଲଙ୍କୁ ୧୫ ଦିନ ପାଇଁ ଜେଲରୁ ଛାଡ଼ିବାକୁ ନିବେଦନ କରିଥିଲେ। ମାତ୍ର କୋର୍ଟ ଗୋଟିଏ ଦିନ ପାଇଁ ଅନୁମତି ଦେଇଥିଲେ। ମା’ଙ୍କ ଶବ ସତ୍କାର କାମ ଶେଷ ହେବା ମାତ୍ରେ ପୁଞ୍ଜିଲାଲ ପୁଣି ଜେଲକୁ ଫେରି ଯିବେ।

ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେରଙ୍କର ଶୁକ୍ରବାର ଦିନ ୧୧ଟା ବେଳେ ଦେହାନ୍ତ ହୋଇଥିଲା। ସେ ଅସୁସ୍ଥ ହୋଇ ଦୀର୍ଘଦିନ ଧରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ୍‌ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଇନ୍ଦୁମତୀଙ୍କର ଶବକୁ ପୋଷ୍ଟମର୍ଟମ୍‌ ୱାର୍ଡରେ ରଖାଯାଇଥିଲା।

Image result for punjilal one day relax jail

ସୂଚନାଯୋଗ୍ୟ, ସିନେମା ଷ୍ଟାଇଲ୍‌ ଭଳି ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସୌମ୍ୟଶେଖର ଓ ରିମାଙ୍କ ବାହାଘରର୫ ଦିନ ପରେ ଘରେ ପହଞ୍ଚିଥିଲା ଏକ ଗିଫ୍‌ଟ ପାର୍ସଲ। ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣଯ ଆଉ ପୁଞ୍ଜିଲାଲ ଥିଲେ ଏହାର ମାଷ୍ଟର ମାଇଣ୍ଡ। କିଛି ଦିନ ପୂର୍ବରୁ ୬ ଜଣ ଡକାୟତଙ୍କ ସହ ଜେଲରୁ ଫେରାର୍‌ ହୋଇଯିବା ନେଇ ପୁଞ୍ଜିଲାଲ ଯୋଜନା କରିଥିବା ନେଇ ଖବର ଆସିଥିଲା। ତେବେ ଫାଟକ ଜଗିଥିବା ୱାଡର ସାଇରନ୍‌ ବଜାଇ ଦେବାରୁ ପୁଞ୍ଜିଲାଲଙ୍କର ଫେରାର ଉଦ୍ୟମ ପଣ୍ଡ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe