ବଲାଙ୍ଗୀର : ଜେଲ୍ରେ ସାମ୍ବାଦିକତା ପାଠ ପଢ଼ୁଛନ୍ତି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର। ଶନିବାର ପୁଞ୍ଜିଲାଲ ବଲାଙ୍ଗୀର ଜେଲ୍ରେ ଏମ୍ଜେଏମ୍ସି କୋର୍ସର ପ୍ରଥମ ସେମିଷ୍ଟର ପରୀକ୍ଷା ଦେଇଛନ୍ତି। ସେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ‘ମାଷ୍ଟର ଅଫ୍ ଆର୍ଟସ ଜର୍ଣ୍ଣାଲିଜମ୍ ଆଣ୍ଡ ମାସ୍ କମ୍ୟୁନିକେସନ୍’ କୋର୍ସରେ ନାମ ଲେଖାଇଥିଲେ। ନାମଲେଖା ପରେ ପୁଞ୍ଜିଲାଲ ଶନିବାର ପ୍ରଥମ ସେମିଷ୍ଟରର ପ୍ରଥମ ପରୀକ୍ଷା ଦେଇଥିବା ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପରାହ୍ନ ୨ଟାରେ ସେ ପରୀକ୍ଷା ଦେଇଥିବା ସୂଚନା ମିଳିଛି। ଆସନ୍ତା ୧୭ ତାରିଖ ଯାଏଁ ବିଭିନ୍ନ ଦିନରେ ସେ ପ୍ରଥମ ସେମିଷ୍ଟର ପରୀକ୍ଷା ଦେବେ। ପୁଞ୍ଜିଲାଲ ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଏବେ ବିଚାରାଧୀନ ଅନ୍ତେବାସୀ ଭାବେ ଜେଲ୍ରେ ଅଛନ୍ତି। ବିଭିନ୍ନ ସମୟରେ ପୁଞ୍ଜିଲାଲ ଚର୍ଚ୍ଚାରେ ରହିଆସିଛନ୍ତି। ଏହା ପୂର୍ବରୁ ପୁଞ୍ଜିଲାଲ ଜେଲ୍ ଭିତରେ ଥିବା ଅନ୍ତେବାସୀମାନଙ୍କୁ ସ୍ପୋକନ୍ ଇଂଲିସ ପାଠପଢ଼ାଇ ଚର୍ଚ୍ଚାରେ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us