'Punshcha Pruthi' program informs about the past, present and future: Water Man Dr. Rajendra Singh
ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ ଏକ ସ୍ଥାୟୀ ନଦୀ ଅବବାହିକା ପରିଚାଳନାର ଆବଶ୍ୟକତା ବିଷୟରେ ଭାରତର ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂହ କହିଲେ, ସମ୍ବାଦ ପକ୍ଷରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଆମକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଅବଗତ କରାଇଥାଏ। ଏକବିଂଶ ଶତାବ୍ଦୀ ମରୁଡ଼ିର ଶତାବ୍ଦୀ। ଆମର ନଦୀ ଶୁଖିବାରେ ଲାଗିଛି।
ଆମେ ଆମର ବର୍ତ୍ତମାନକୁ ଦେଖିବାର ଆବଶ୍ୟକତା ସହିତ ଭଲ ଭବିଷ୍ୟତ ପାଇଁ ଅତୀତ ଉପରେ ଦୃଷ୍ଟି ପକାଇବା ଜରୁରୀ। ସମ୍ପ୍ରତି ମୃତ୍ତିକା, ଜଳ, ପରିବେଶ ବିଗିଡ଼ି ଯାଇଛି। ବେଦରେ ନଦୀ ଏବଂ ପ୍ରକୃତି ସମ୍ପର୍କରେ କୁହାଯାଇଛି।
ସାଢ଼େ ୧୨ ହଜାର ବର୍ଷ ତଳେ ଅଥର୍ବ ବେଦ ଲେଖାଯାଇଥିଲା। ଏଥିରେ କୁହାଯାଇଛି, ହେ ପୃଥିବୀ ମାତା ଯିଏ ଆପଣଙ୍କୁ ପୀଡ଼ା ଦେଉଛି ଆପଣ ତାକୁ ବଧ କରନ୍ତୁ। ଏଥିରେ ଉଲ୍ଲେଖ କରାଯାଇଛି, ନଦୀମାନଙ୍କୁ କୌଣସି ପ୍ରତିବନ୍ଧକ ନଦେଇ ସେମାନଙ୍କର ଗତିକୁ ସ୍ବାଧିନତା ଦିଆଯିବା ଉଚିତ୍। ପ୍ରତ୍ୟେକ ବର୍ଷା ବିନ୍ଦୁକୁ ପୋଷଣ କରନ୍ତୁ ଏବଂ ତାର ସଂରକ୍ଷଣ କରନ୍ତୁ। ସେଇ ଅନୁଯାୟୀ ନିଜର ଜୀବନର ଗତିପଥକୁ ସୁସଂଯୋଜିତ କରନ୍ତୁ।
ହେ ଜଳ, ତୁମେ ହିଁ ବ୍ରହ୍ମ, ତୁମେ ହିଁ ସୃଷ୍ଟି କର୍ତ୍ତା ଏବଂ ତୁମେ ହିଁ ପାଳନ କର୍ତ୍ତା। ଯେଉଁପ୍ରକୃତି ଆମକୁ ସୃଷ୍ଟି କରିଛି ସେଇ ପ୍ରକୃତି ପ୍ରତି ଆମର ମନୋଭାବ କିପରି ରହିବା ଉଚିତ୍ ସେ ନେଇ ଆମେ ସଚେତନ ରହିବା ଜରୁରୀ। ଭାରତୀୟମାନେ ହିଁ ପ୍ରକୃତିର ସ୍ବରୂପକୁ ସାରା ବିଶ୍ବକୁ ପରିଚିତ କରାଇଥିଲେ। ସେଥିପାଇ ଭାରତକୁ ବିଶ୍ବଗୁରୁ ବୋଲି କହିଥିଲେ। ସେହି ସମୟରେ ଆମ ମନରେ ତିନିଟି ନ’ ଅକ୍ଷର ଶବ୍ଦ ନୀର, ନାରୀ ଏବଂ ନଦୀ ଆମ ମନରେ ନାରାୟଣ ରୂପରେ ବାସ କରୁଥିଲେ। ପ୍ରକୃତିର ସମ୍ମାନ ଭାରତରେ ଅଧିକ କରାଯାଇଥାଏ।
ତେଣୁ ଆମର ଦାୟିତ୍ବ ବୃଦ୍ଧି ପାଇଛି। ସମଗ୍ର ଦୁନିଆରେ ଜଳବାୟୁ ସଙ୍କଟ ଜାରି ରହିଛି। ଜଳବାୟୁ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିଛି। କିନ୍ତୁ ଜାତିସଂଘ ଜଳବାୟୁ ଶରଣାର୍ଥୀ ଘୋଷଣା କରି ନାହିଁ। ନିଜ ଦେଶର ଜଳବାୟୁ ବିଗୁଡ଼ି ଥିବାରୁ ବହୁ ଲୋକ ଦେଶ ଛାଡୁଛନ୍ତି। ଆଫ୍ରିକା ଏବଂ କେନ୍ଦ୍ରୀୟ ଏସିଆରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ। ବଳପୂର୍ବକ ଲୋକଙ୍କ ସ୍ଥାନାନ୍ତର ଜଳବାୟୁ ଯୋଗୁ ଘଟୁଛି। ଭାରତରେ ଏଭଳି ସ୍ଥିତି ଅଧିକ ନାହିଁ। କିନ୍ତୁ ଆଗାମୀ ଦିନରେ ଜଳବାୟୁ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଅଧିକ ରହିଛି। ବହୁ ନଦୀ ନାଳ ଏବେ ଲୋପ ପାଇଛି। ନଦୀ ଜୀବନ ଶକ୍ତିର ଧାରା ନେଇ ସମୁଦ୍ରରେ ପହଞ୍ଚିଥାଏ। ନଦୀ ନିଜ ସ୍ବାଧୀନତାରେ ପ୍ରବାହିତ ହୋଇଥାଏ। ମାତ୍ର ନାଳକୁ ନିୟନ୍ତ୍ରଣ କରାଯାଇ ପାରିଥାଏ।
୨୦୨୫ ମସିହାରେ ଦେଶର ୧୯୦ ଜିଲ୍ଳାରେ ଜଳ ଅଭାବ, ମରୁଡ଼ି ଏବଂ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଦେଶର ୫ ରାଜ୍ୟ ମରୁଡି ସ୍ଥିତି ଭୋଗୁ ଥିଲେ। ଏବେ ଏହା ୧୭କୁ ବୃଦ୍ଧି ପାଇଛି। ପୂର୍ବରୁ ବନ୍ୟା ୪ ରାଜ୍ୟରେ ଦେଖାଦେଉଥିଲା। ଏବେ ଏହା ୧୨କୁ ବୃଦ୍ଧି ପାଇଛି। ଏବେ ଇଞ୍ଜିନିୟର ଠିକ୍ ଭାବେ ବନ୍ଧ ନିର୍ମାଣ ଡିଜାଇନିଂ କରୁ ନାହାନ୍ତି। ଫଳରେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ବିଗତ ୫୦ ବର୍ଷ ମଧ୍ୟରେ ଆମର ତରୁଣ ଭାରତ ସଂଘ ମାଧ୍ୟମରେ ୨୩ ନଦୀର ବିକାଶ ହୋଇଛି।
ମୋ ଗୁରୁ ଗୋଟିଏ ଦିନରେ ମୋର ପିଏଚଡି ଜଳ ବିଜ୍ଞାନରେ କରାଇଥିଲେ। ଏହା ବ୍ୟବହାରିକ ଭାବେ ହୋଇ ନଥିଲା। ମୋ ଗୁରୁ ମତେ ୨୫ କୂଅ ଦେଖାଇଥିଲେ। ମତେ ପ୍ରଶ୍ନ କରିଥିଲେ ମୁଁ ତାହାର ଉତ୍ତର ଦେଇଥିଲି। ଏହା ପରେ ଗୁରୁ କହିଥିଲେ, ଯା, ତୁ ଏବେ ସବୁ ଶିଖିଗଲୁ। ମୋ ଗୁରୁ ନଦୀବନ୍ଧ ନିର୍ମାଣ ପାଇଁ ସ୍ଥାନୀୟ ସମ୍ପଦର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଗୁରୁ ଜଳର ବ୍ୟବସାୟ ନ କରିବାକୁ ପରାମର୍ଶ ଦେଇଥିଲେ। ଗୁରୁ ମତେ ୫ଟି ପରାମର୍ଶ ପ୍ରଦାନ କରିଥିଲେ। ଗୁରୁ ପରାମର୍ଶ ଦେଇଥିଲେ, ଯେତେବେଳେ ଜଳ ବର୍ଷା ହେବ ତାକୁ ସୂର୍ଯ୍ୟ ଠାରୁ ଲୁଚାଇ ମାଟି ଭିତରରେ ରଖିବା ଜରୁରୀ।
ଭାରତରେ ୮୪% ଜଳ ଚାଷରେ ବ୍ୟବହୃତ ହୋଇଥାଏ। ଏତେ ପରିମାଣର ଜଳ ଚାଷରେ ବ୍ୟବହା କରିବା ଉଚିତ ନୁହେଁ। ତେଣୁ ଆମେ ଉପଯୁକ୍ତ କୃଷି ପ୍ରଣାଳୀର ପ୍ରୟୋଗ କରିବା ଜରୁରୀ। ଯାହା ଦ୍ବାରା ଜଳ ସଂରକ୍ଷଣ ହୋଇ ପାରିବ।
ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଆଦି ୪ ରାଜ୍ୟରେ ଖଣି ବନ୍ଦ କରାଇଥିଲି। ଏଥି ପାଇଁ ମତେ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥହେବାକୁ ପଡ଼ିଥିଲା। ମୋ ସପକ୍ଷରେ ରାୟ ଆସିଥିଲା।
ଓଡ଼ିଶାର ନଦୀର ଅବସ୍ଥା ଗୁରୁତର ରହିଛି। ତେଣୁ ସରକାର ଏନେଇ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ। ଓଡ଼ିଶାର ଲୋକେ ଆମ ଚମ୍ବଲ ଅଞ୍ଚଳ ଆସି ଏହାର ବିକାଶ ଦେଖିବା ଆବଶ୍ୟକ। ଓଡ଼ିଶାକୁ ଲୋକେ ଲୁଟିବାରେ ଲାଗିଛନ୍ତି। ଏନେଇ ଉପଯୁକ୍ତ ପଦକ୍ଷେପ ନେବାର ସମୟ ଆସିଛି।
ସୂଚନାଯୋଗ୍ୟ, ଡକ୍ଟର ରାଜେନ୍ଦ୍ର ସିଂହ ହେଉଛନ୍ତି ଜଳ ସଂରକ୍ଷଣ ଏବଂ ନଦୀ ପୁନରୁଦ୍ଧାର କ୍ଷେତ୍ରରେ ତାଙ୍କ କାର୍ଯ୍ୟ ପାଇଁ, ମୁଖ୍ୟତଃ ତାଙ୍କ ସଂଗଠନ, ତରୁଣ ଭାରତ ସଂଘ ମାଧ୍ୟମରେ ସେ "ଭାରତର ଜଳ ମାନବ" ଭାବରେ ଜଣାଶୁଣା। ଜଣେ ପରିବେଶବିତ୍ ଏବଂ ପୂର୍ବତନ ଆୟୁର୍ବେଦ ଚିକିତ୍ସକ, ସେ ପାରମ୍ପରିକ ଜୋହାଡ ଏବଂ ଅନ୍ୟାନ୍ୟ ଜଳ ସଂରକ୍ଷଣ ପ୍ରଣାଳୀ ନିର୍ମାଣ କରି ୧୪,୮୦୦ ରୁ ଅଧିକ ଜଳ ସଂରଚନା ନିର୍ମାଣ ଏବଂ ୧୦୦ ରୁ ଅଧିକ ନଦୀକୁ ପୁନରୁଦ୍ଧାର କରିବା ପାଇଁ ପ୍ରୟାସର ନେତୃତ୍ୱ ନେଇଛନ୍ତି, ଯାହା ଅନେକ ଗ୍ରାମୀଣ ସମ୍ପ୍ରଦାୟର ଜୀବନକୁ ପରିବର୍ତ୍ତନ କରିଛି। ସେ ୨୦୦୧ରେ ମ୍ୟାଗାସେସେ ପୁରସ୍କାର ଏବଂ ୨୦୧୫ରେ ଷ୍ଟକହୋମ ଜଳ ପୁରସ୍କାର ସମେତ ଅନେକ ପୁରସ୍କାରର ହାସଲ କରିଛନ୍ତି ।
ତାଙ୍କର ପ୍ରମୁଖ ଅବଦାନ:
ତରୁଣ ଭାରତ ସଂଘ : ସେ ଏହି ଏନଜିଓର ପ୍ରତିଷ୍ଠାତା, ଯାହା ଜଳ ସଂରକ୍ଷଣ ଢାଞ୍ଚା ନିର୍ମାଣ କରି ଗାଁଗୁଡ଼ିକୁ ସ୍ୱାବଲମ୍ବୀ କରିବା ପାଇଁ କାମ କରେ। ଜୋହାଡ ଏବଂ ନଦୀ ପୁନରୁଦ୍ଧାର: ସିଂହ ଏବଂ ତାଙ୍କ ଦଳ ହଜାର ହଜାର ଜୋହାଡ (ପାରମ୍ପରିକ ବର୍ଷାଜଳ ଅମଳ ଢାଞ୍ଚା) ନିର୍ମାଣ କରିଛନ୍ତି ଏବଂ ସାରା ଭାରତରେ ୧୦୦ ରୁ ଅଧିକ ନଦୀର ପୁନରୁଦ୍ଧାର ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିଛନ୍ତି।
ସମ୍ପ୍ରଦାୟ-ନେତୃତ୍ୱାଧୀନ ସମାଧାନ: ତାଙ୍କର ଆଭିମୁଖ୍ୟ ସ୍ଥାନୀୟ ସମ୍ପ୍ରଦାୟ ସହିତ ମିଶି ସ୍ଥାୟୀ ଜଳ ପରିଚାଳନା ପଦ୍ଧତି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରେ, ପ୍ରାୟତଃ ପ୍ରାକୃତିକ ଇଞ୍ଜିନିୟରିଂ ବ୍ୟବହାର କରି।
ଗ୍ରାମୀଣ ବିକାଶ ଉପରେ ଧ୍ୟାନ: ଜଳ ସୁରକ୍ଷା ସୁନିଶ୍ଚିତ କରି, ସେ ଗ୍ରାମୀଣ ଜୀବିକା ଉନ୍ନତ କରିବାରେ, ସବୁଜିମା ବୃଦ୍ଧି କରିବାରେ ଏବଂ ଅନେକ କ୍ଷେତ୍ରରେ ଚାଷକୁ ସମର୍ଥନ କରିବାରେ ସାହାଯ୍ୟ କରିଛନ୍ତି।
ପୁରସ୍କାର:
ରାମନ ମ୍ୟାଗାସେସେ ପୁରସ୍କାର (୨୦୦୧): ସାମୁଦାୟିକ ପ୍ରକଳ୍ପଗୁଡ଼ିକରେ ତାଙ୍କ ନେତୃତ୍ୱ ପାଇଁ ସ୍ୱୀକୃତି।
ଷ୍ଟକହୋମ ଜଳ ପୁରସ୍କାର (୨୦୧୫): ଏହାକୁ ପ୍ରାୟତଃ "ଜଳ ପାଇଁ ନୋବେଲ ପୁରସ୍କାର" କୁହାଯାଏ, ଏହା ଗ୍ରାମୀଣ ଭାରତରେ ଜଳ ସୁରକ୍ଷାକୁ ଉନ୍ନତ କରିବା ପାଇଁ ତାଙ୍କର ଅଭିନବ ଜଳ ପୁନରୁଦ୍ଧାର ପ୍ରୟାସ ଏବଂ ସମର୍ପଣକୁ ସ୍ୱୀକୃତି ଦେଇଥିଲା।
ଅନ୍ୟାନ୍ୟ ସମ୍ମାନ:ମଧ୍ୟରେ ସେ ଜାମନଲାଲ ବଜାଜ ପୁରସ୍କାର (୨୦୦୫) ଏବଂ ଇନ୍ଦିରା ଗାନ୍ଧୀ ପ୍ୟାରଭାରନ୍ ପୁରସ୍କର ପୁରସ୍କାର ଭଳି ପୁରସ୍କାର ମଧ୍ୟ ପାଇଛନ୍ତି |
Follow Us