ବାଉଁଶୁଣି ଅଞ୍ଚଳରେ ପୁରାଉଆଁସ ପାଳିତ

ବାଉଁଶୁଣି ଅଞ୍ଚଳରେ ପୁରାଉଆଁସ ପାଳିତ

ବାଉଁଶୁଣି: ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଅଞ୍ଚଳରେ ପୁରାଉଆଁସ (ସପ୍ତପୁରୀ ଅମାବାସ୍ୟା) ପର୍ବ ଶନିବାର ପାଳିତ ହୋଇଯାଇଛି। ଛୋଟ ବାଳିକାମାନେ କୁଲେଇ, ଚାଙ୍ଗୁଡ଼ିରେ ମାଟିରେ ନିର୍ମିତ ବିଭିନ୍ନ ପ୍ରକାରର କୁଁଢ଼ି, କାଁଚି ଓ ଘରକରଣା ସାମଗ୍ରୀ ନେଇ ଗ୍ରାମର ପୀଠଗୁଡ଼ିକରେ ଥିବା ଗ୍ରାମ୍ୟଦେବୀଙ୍କୁ ପୂଜା କରିଥିଲେ।

ସେହିପରି ବାଳକମାନେ କାଠ ଓ ମାଟିରେ ନର୍ମିତ ଘୋଡ଼ା, ହାତୀ ଆଦି ଚକଲଗା ଖେଳଣା ନେଇ ଏହି ପର୍ବରେ ସାମିଲ ହୋଇଥିଳେ। କାହିଁ କେଉଁ କାଳରୁ ପଶ୍ଚିମ ଓଡ଼ିଶାରେ ଏହି ପର୍ବ ପାଳିତ ହୋଇଆସୁଛି। ଏପରି ଭାବେ ଏହି ପର୍ବ ପାଳନ ଦ୍ୱାରା ଝିଅମାନେ ଘରକରଣା ବିଷୟରେ ଅଭିଜ୍ଞତା ହାସଲ କରିଥାନ୍ତି। ସେହିପରି ବାଳକମାନେ ଘୋଡ଼ା, ହାତୀ ସହିତ ଏହି ପର୍ବରେ ସାମିଲ ହେଉଥିବାରୁ ସେମାନେ ଯୁଦ୍ଧବିଦ୍ୟା ବିଷୟରେ ଅଭିଜ୍ଞତା ହାସଲ କରିଥାନ୍ତି ବୋଲି ପଶ୍ଚିମ ଓଡ଼ିଶାବାସୀଙ୍କ ବିଶ୍ୱାସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe