ଏଥର ୧୫ ଲକ୍ଷ ଚାଷୀଙ୍କଠାରୁ ଧାନ କିଣିବାକୁ ଲକ୍ଷ୍ୟ: ଯୋଗାଣ ମନ୍ତ୍ରୀ

Advertisment
ଏଥର ୧୫ ଲକ୍ଷ ଚାଷୀଙ୍କଠାରୁ ଧାନ କିଣିବାକୁ ଲକ୍ଷ୍ୟ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଗତ ଖରିଫ ଧାନ ସଂଗ୍ରହ ଋତୁରେ ୧୧ଲକ୍ଷ ୨୦ ହଜାର ଚାଷୀଙ୍କଠାରୁ ଧାନ କିଣାଯାଇଥିଲା। ଚଳିତ ଖରିଫ ଧାନ ସଂଗ୍ରହ ଋତୁରେ ୧୫ ଲକ୍ଷ ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଣୁ, ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କରିବା ସହିତ ପ୍ରକୃତ ଚାଷୀଙ୍କୁ ପଞ୍ଜୀକୃତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିର୍ଦେଶ ଦେଇଛନ୍ତି। ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ରାଜ୍ୟର ସମସ୍ତ ଯୋଗାଣ ଅଧିକାରୀ, ସମବାୟ ସମିତି ସମୂହର ଉପ ନିବନ୍ଧକ ଓ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକଙ୍କୁ ୨୦୧୮-୧୯ ବର୍ଷ ପାଇଁ ଧାନ ସଂଗ୍ରହ ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ କହିଛନ୍ତିି। ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମରେ ବର୍ତମାନ ସୁଦ୍ଧା ୧୪୭୭୮ଟି ଯୁଗ୍ମ ଦେୟ ଗୋଷ୍ଠୀଙ୍କୁ ପଞ୍ଜୀକୃତ କରାଯାଇଛି। ସେଥିମଧ୍ୟରୁ ୧୦୭୨୨ଟି ଗୋଷ୍ଠୀଙ୍କୁ ଋଣ ଦିଆଯାଇଛି। ଭିଡିଓ କନ୍‌ଫରେନ୍ସିଂ ବେଳେ ଖାଦ୍ୟ ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ ଓ ସମବାୟ ବିଭାଗ ସଚିବ ରଂଜନା ଚୋପ୍ରା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe