ମହାପ୍ରଭୁଙ୍କ ଭକ୍ତଙ୍କୁ ମିଳିଲା ଆଶ୍ବସ୍ତି: ବଡ଼ଦାଣ୍ଡରେ ପଡ଼ିଲା କାରପେଟ୍‌, ଲାଗିଲା ଛତା

Advertisment
ମହାପ୍ରଭୁଙ୍କ ଭକ୍ତଙ୍କୁ ମିଳିଲା ଆଶ୍ବସ୍ତି: ବଡ଼ଦାଣ୍ଡରେ ପଡ଼ିଲା କାରପେଟ୍‌, ଲାଗିଲା ଛତା

ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଶେଷରେ ଆଶ୍ବସ୍ତି ମିଳିଛି। ତାତିରୁ ରକ୍ଷା ପାଇଁ ଆଜି ମୁଣ୍ଡକୁ ଛତା ଓ ପାଦ ପାଇଁ କାରପେଟ୍‌ ପକାଇଛି ଜିଲ୍ଲା ପ୍ରଶାସନ। ଯେଉଁଥିପାଇଁ ଭକ୍ତମାନେ ମଙ୍ଗଳବାର ଭଲରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ‌ତାତିରୁ ରକ୍ଷା ପାଇଁ ଛତା ତଳେ ଆଶ୍ରୟ ନେଇଛନ୍ତି। ସେପଟେ ତାତିରେ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କ ପାଇଁ ପାନୀୟ ଜଳର ବି ବ୍ୟବସ୍ଥା କରାଯାଇଛି।

publive-image

ଗତକାଲି ଡହଡହ ଖରାରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବାବେଳେ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦର୍ଶନ ପାଇଁ ସରକାରୀ ବ୍ୟବସ୍ଥାକୁ ଉପହାସ କରିଥିଲେ। ସେପଟେ ମୁଣ୍ଡ ଫଟା ଖରାରେ ବି ଭକ୍ତମାନେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଆଜି ଭକ୍ତଙ୍କ ପାଇଁ ମରିଚିକୋଟ ଛକରୁ ବାରିକେଡ୍‌ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଛତା ଲଗାଇଛି। ସେପଟେ ବାରିକେଡ୍‌ ଭିତରେ ପାଦ ତାତି ଯାଉଥିବାରୁ ତାତିରୁ ମୁକ୍ତି ପାଇଁ କାରପେଟ୍‌ ପକାଯାଇଛି। ଏହି ବ୍ୟବସ୍ଥା ପରେ ଭକ୍ତମାନେ ଖୁସିପ୍ରକଟ କରି ଫେରିଛନ୍ତି। ଆଜି ସଂଧ୍ୟାରେ ଏହାକୁ କାଢ଼ି ନିଆଯାଇଥିବାବେଳେ ଆସନ୍ତାକାଲି ଭକ୍ତ ଆସିବା ପୂର୍ବରୁ ପୁନର୍ବାର ଲଗାଇବାକୁ ଯୋଜନା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe