ସମ୍ବିତ-ଜୟନ୍ତଙ୍କ ଭିନ୍ନମତକୁ ନେଇ ଚର୍ଚ୍ଚା: ‘ବିକାଶ କାମ ହେଉ, କିନ୍ତୁ ଆଇନ ଭିତରେ’

Advertisment
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ପୁରୀ ବିଧାୟକ

wikidata.org

ପୁରୀ : ‘ ମୁଁ ବିକାଶକୁ ସମର୍ଥନ କରୁଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ସମର୍ଥନ ଜଣାଉଛି। କିନ୍ତୁ ଯାହା କିଛି କାମ ହେଉଛି, ଆଇନ ଭିତରେ ହେଉ’। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସିଂହଦ୍ବାରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରିବାର ଦିନକ ପରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଏଭଳି ମନ୍ତବ୍ୟ ଆଜି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୁରୁବାର ଦିନ ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ସେ ପୂର୍ବରୁ ଯାହା କହୁଥିଲେ , ଆଜି ବି ସେଇଆ କହୁଛନ୍ତି। ସେ କହିଛନ୍ତି, ‘ ପୁରୀର ବିଧାୟକ ଭାବେ ଆଜି ବି କହୁଛି, ମୁଁ ବିକାଶକୁ ବିରୋଧ କରୁନି। କିନ୍ତୁ ଯାହାକିଛି ହେଉଛି ଆଇନ ପରିଧି ଭିତରେ ହେଉ। ଦୀର୍ଘ ୩୦ ବର୍ଷରେ ପୁରୀର ବିକାଶ ଓ ଗତ ତିନି ବର୍ଷର ବିକାଶ ଭିତରେ ଆକାଶ ପାତାଳ ତଫାତ୍‌ ରହିଛି। ଆଜି ପୁରୀରେ ଦୁଇଟି ମାର୍କେଟ୍‌ କମ୍ପ୍ଲେକ୍ସ, ମଲ୍ଟି‌ ଲେଭଲ୍‌ ପାର୍କିଂ, ଶ୍ରୀସେତୁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ ଭଳି ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଫଳରେ ଏହା ସମ୍ଭବ ହୋଇପାରିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ସ୍ବାଗତଯୋଗ୍ୟ ପ୍ରକଳ୍ପ। ଏହି କାମକୁ ଅଧାରେ ଅଟକାଇବା ଅନୁଚିତ୍‌।’ ‘‌ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହି କାମକୁ ଆଗେଇନେବା ଦରକାର’, ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

ବିଧାୟକ ଶ୍ରୀ ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି, ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ୧୪୭ ବିଧାୟକ ସମର୍ଥନ ଜଣାଇଥିଲେ। କିନ୍ତୁ ଏହା ଭିତରେ ଆଇନଗତ ଅନୁମତି ନିଆଯିବନି ବୋଲି କେହି ଜାଣିନଥିଲେ। ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ପ୍ରଥମେ ମୁଁ ବିଧାନସଭାରେ ଉଠାଇଥିଲା। ଏହାପରେ ଗୃହ କମିଟି ଗଠନ ହେଲା। କିନ୍ତୁ ଗୃହ କମିଟି ଅନୁଧ୍ୟାନ ପାଇଁ ଆସିଲାନି। ମୁଁ ବାରମ୍ବାର ଏ ସମ୍ପର୍କରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛି।’

ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସଂପାଦକ ଉମାକାନ୍ତ ନାୟକଙ୍କ ସମେତ ଅନ୍ୟ ବିଜେପି ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe